ଓଡିଶା

odisha

ETV Bharat / international

ଟିଭିରେ ଲାଇଭ କୋରୋନା ଟେଷ୍ଟ କେଲ ନ୍ୟୁୟର୍କ ରାଜ୍ୟପାଳ - New York Governor Takes Coronavirus Test On Live TV

ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରିୟୁ କୁଏମୋ ରବିବାର ଏକ ଟେଲିଭିଜନର ସଂକ୍ଷିପ୍ତ ବୈଠକରେ କୋରୋନା ଭାଇରସ ପରୀକ୍ଷା କରିଥିବା ଜଣାପଡିଛି । କୋୋରନା ପରୀକ୍ଷା କରିବା ଅତି ସହଜ ଏଥିରେ ଡରିବାର କୌଣସି ଆବଶ୍ୟକତା ନାହିଁ । ଏବଂ ପ୍ରତ୍ୟେକ ନାଗରିକ ଦେଶ ପ୍ରତି ତାଙ୍କର ଦାୟିତ୍ବ ତୁଲାଇ ପରୀକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି ।

ଲାଇଭ ଟେଲିଭିଜନରେ କୋରୋନା ଟେଷ୍ଟ କେଲ ନ୍ୟୁୟର୍କ ରାଜ୍ୟପାଳ
ଲାଇଭ ଟେଲିଭିଜନରେ କୋରୋନା ଟେଷ୍ଟ କେଲ ନ୍ୟୁୟର୍କ ରାଜ୍ୟପାଳ

By

Published : May 18, 2020, 1:05 PM IST

ନ୍ୟୁୟର୍କ: ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରିୟୁ କୁଏମୋ ରବିବାର ଏକ ଟେଲିଭିଜନର ସଂକ୍ଷିପ୍ତ ବୈଠକରେ କୋରୋନା ଭାଇରସ ପରୀକ୍ଷା କରିଛନ୍ତି । ଏବଂ ଲକ୍ଷଣ ଥିବା କିମ୍ବା ଭାଇରସ୍ ସଂସ୍ପର୍ଶରେ ଆସିଥିବା ଅନ୍ୟ ସହକର୍ମୀଙ୍କୁ ତାଙ୍କ ଆଦର୍ଶ ଅନୁସରଣ କରିବାକୁ ଅନୁରୋଧ କରିଥିଲେ ।

ତାଙ୍କର ଲୋକପ୍ରିୟ ଦୈନିକ ସଂକ୍ଷିପ୍ତ ବୈଠକର ସିଧା ପ୍ରସାରଣ ସମୟରେ ସେ କହିଛନ୍ତି ଯେ, ଏହି ପରୀକ୍ଷା କରିବା କିଛି କଷ୍ଟକର କାମ ନୁହେଁ । ନ୍ୟୁୟର୍କରେ 3,50,000 ରୁ ଅଧିକ ମାମଲା ଚିହ୍ନଟ ହୋଇଥିବାବେଳେ 22,000 ଅଧିକ ମୃତ୍ୟୁ ହୋଇଛି ।

ଲୋକଙ୍କୁ ବୁଝାଇବାକୁ ଯାଇ ରାଜ୍ୟପାଳ କହିଛନ୍ତି ଯେ, ତୁମକୁ ସ୍ମାର୍ଟ, ଏକଜୁଟ, ଶୃଙ୍ଖଳିତ ହେବା ଆବଶ୍ୟକ । ନିଜକୁ ଭଲ ପାଅ । ନିଜ ଦେଶକୁ ଭଲ ପାଅ । ଦେଶବାସୀଙ୍କୁ ଭଲ ପାଅ । ଗାଇଡଲାଇନ ଅନୁସରଣ କରିବା ସହ ଦେଶକୁ କୋଭିଡ-19 ବିରୋଧରେ ଲଢିବାକୁ ସହଯୋଗ କରିବାକୁ ସେ ଦେଶବାସୀଙ୍କୁ ଅପିଲ କରିଛନ୍ତି । ତେବେ ସେ ପୂର୍ବରୁ ଅନେକ ଥର ପରୀକ୍ଷା କରିଥିବାବେଳେ ଏପରି ଜନସାଧାରଣଙ୍କ ଆଗରେ ପ୍ରଥମଥର ପାଇଁ ପରୀକ୍ଷା କରିଛନ୍ତି । ଜଣେ ନର୍ସ ପିପିଇ କିଟ ପିନ୍ଧିଥିବା ସହ ସ୍ବାବ ନେଇଥିବା ଦେଖିବାକୁ ମିଳିଥିଲା ।

କୁଏମୋ କହିଛନ୍ତି ଯେ କେବଳ ଫ୍ଲୁ ଭଳି ଲକ୍ଷଣ ଥିବା ଲୋକଙ୍କୁ ନୁହେଁ, ବରଂ କାମକୁ ଫେରୁଥିବା ଲୋକ, ମେଡିକାଲ ଏବଂ ନର୍ସିଂହୋମ କର୍ମଚାରୀ ଏବଂ କାର୍ଯ୍ୟରେ ଜନସାଧାରଣଙ୍କ ସହ ଯୋଗାଯୋଗ କରୁଥିବା କିମ୍ବା ଏହାର ସଂସ୍ପର୍ଶରେ ଆସିଥିବା ଲୋକ ମଧ୍ୟ ଟେଷ୍ଟ କରିବା ଆବଶ୍ୟକ ହୋଇପଡିଛି । ରାଜ୍ୟପାଳ କହିଛନ୍ତି ଯେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ନ୍ୟୁୟର୍କର ଲୋକ ପରୀକ୍ଷା କରିବାକୁ ଆସୁନାହାଁନ୍ତି । ଯତେବେଳେ କି ସମସ୍ତ ରାଜ୍ୟର ଲୋକମାନେ ଟେଷ୍ଟ କରିବା ଗୁତୁତ୍ତ୍ବପୂର୍ଣ୍ଣ ।

For All Latest Updates

TAGGED:

ABOUT THE AUTHOR

...view details