ଓଡିଶା

odisha

ETV Bharat / international

ନ୍ୟୁୟର୍କ ଯୋଗାଇବ 5 ଲକ୍ଷ ମାଗଣା ହଲାଲ ମିଲ୍ସ

ବର୍ତ୍ତମାନ କୋଭିଡ 19 ମହାମାରୀ ଯୋଗୁଁ ରମଜାନବେଳେ ଗରିବଙ୍କୁ ଖାଦ୍ୟ ଦେଉଥିବା ସଂସ୍ଥା ବନ୍ଦ ରହିଛି । ସେଥିପାଇଁ ଏହି ମହତ କାର୍ଯ୍ୟ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

By

Published : Apr 24, 2020, 7:50 PM IST

ନ୍ୟୁୟର୍କ ଯୋଗାଇବ 5 ଲକ୍ଷ ମାଗଣା ହଲାଲ ମିଲ୍ସ
ନ୍ୟୁୟର୍କ ଯୋଗାଇବ 5 ଲକ୍ଷ ମାଗଣା ହଲାଲ ମିଲ୍ସ

ନ୍ୟୁୟର୍କ: ଶୁକ୍ରବାରଠାରୁ ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି । ବିଶ୍ବବ୍ୟାପୀ କୋରୋନା ସଙ୍କଟ ଚାଲିଥିବାବେଳେ ଏଥର ଘରେ ରୋଜା ରଖିବେ ମୁସଲିମ ସମ୍ପ୍ରଦାୟ । ସାମୂହିକ ଏକତ୍ରିତ ଉପରେ କଟକଣା ଲାଗିଥିବାରୁ ଘରେ ଉପବାସ ପାଳିବେ ସମସ୍ତେ ।

ତେବେ ଏପରି ସମୟରେ ନ୍ୟୁୟର୍କ ସହର ଏକ ମହାନ ନିଷ୍ପତ୍ତି ନେଇଛି । ରମଜାନ ସମୟରେ ପ୍ରଶାସନ ପକ୍ଷରୁ 5 ଲକ୍ଷ ମାଗଣା ହଲାଲ ମିଲ୍ସ ଯୋଗାଯିବ ବୋଲି ମେୟର ବିଲ ଡେ ବ୍ଲାସିଓ କହିଛନ୍ତି । ଗୁରୁବାର ଏନେଇ ସୂଚନା ଦେଇ ସେ କହିଛନ୍ତି ଯେ ପର୍ବପର୍ବାଣୀ ପାଳିବାରେ ଏହା ହେଉଛି ଗୁରୁତ୍ବପୂର୍ଣ୍ଣ ଦିଗ । ଅସହାୟ ଓ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ଉପସ୍ଥିତ ରହିବା । ଆଉ ଭୋକିଲାଙ୍କୁ ଖାଦ୍ୟ ଖୁଆଇବା ରମଜାନର ଏକ ମହତ ଦିଗ । ଏଥିପାଇଁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମେୟର କହିଛନ୍ତି ।

ବର୍ତ୍ତମାନ କୋଭିଡ 19 ମହାମାରୀ ଯୋଗୁଁ ରମଜାନବେଳେ ଗରିବଙ୍କୁ ଖାଦ୍ୟ ଦେଉଥିବା ସଂସ୍ଥା ବନ୍ଦ ରହିଛି । ସେଥିପାଇଁ ଏହି ମହତ କାର୍ଯ୍ୟ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଉପବାସ ଭାଙ୍ଗିବାବେଳେ ଗରିବ ଓ ଅସହାୟଙ୍କୁ ଏହି ମାଗଣା ମିଲ୍ସ ଯୋଗାଇଦେବ ପ୍ରଶାସନ । ଏଥିପାଇଁ 435ଟି ସେଣ୍ଟର ଖୋଲାଯାଇଛି । ଏଥିରୁ 32ଟି ମୁସଲିମବହୁଳ ଅଞ୍ଚଳରେ ରହିଛି । 4 ଲକ୍ଷ ମିଲ୍ସ ସିଧାସଳଖ ଲୋକଙ୍କୁ ବଣ୍ଟାଯିବ । ବାକି ଲକ୍ଷେ ମିଲ୍ସ କମ୍ୟୁନିଟି ସଂସ୍ଥା ଦ୍ବାରା ପ୍ରଦାନ କରାଯିବ । ସେହିପରି ବାହାରକୁ ଆସିପାରୁନଥିବା ଲୋକେ ଘରୁ ହୋମ ଡେଲିଭରୀ ପାଇଁ ଅର୍ଡର କରିପାରିବେ । ଏହି କାର୍ଯ୍ୟକ୍ରମ ନ୍ୟୁୟର୍କ ସରକାରଙ୍କ ଦ୍ବାରା ବେକାରୀଙ୍କୁ ଯୋଗାଯାଉଥିବା ବିଶାଳ ଖାଦ୍ୟ ଯୋଜନାର ଅନ୍ତର୍ଭୁକ୍ତ ବୋଲି ମେୟର କହିଛନ୍ତି ।

ABOUT THE AUTHOR

...view details