ସାନ ଫ୍ରାନ୍ସିସ୍କୋ: ଏକ ଆଇଫୋନ ହ୍ୟାକିଂ ଟିମ ନିକଟରେ ରିଲିଜ କରିଛି ଆଇଫୋନ ଅନଲକ କରିବାର ନୂଆ ଟୁଲ । ଏହାର ନାମ ରହିଛି ‘ଜେଲବ୍ରେକ’ । ଏହି ଟୁଲ ବ୍ୟବହାରରେ ଆଇଓଏସର ଲାଟେଷ୍ଟ ଭର୍ସନ ବ୍ୟବହାରକାରୀ ନିଜ ଇଚ୍ଛା ମୁତାବକ ଯେକୌଣସି ସଫ୍ଟଓୟାର ଇନଷ୍ଟଲ କରିପାରିବେ । ଆପଲ କମ୍ପାନୀ ନିଜ ୟୁଜର୍ସଙ୍କୁ କୌଣସି ଅନଅଥୋରାଇଜ୍ଡ ଆପ୍ ବ୍ୟବହାର କରିବା ପାଇଁ ମନା କରୁଥିବା ବେଳେ ଏହି ନୂଆ ଟୁଲ ୟୁଜର୍ସଙ୍କୁ ଦେଉଛି ସମ୍ପୂର୍ଣ୍ଣ ସ୍ବାଧୀନତା ।
ପ୍ରକାଶ ଯେ ଆଇଫୋନ ୟୁଜର୍ସ କେବଳ କିଛି ନିର୍ଦ୍ଦିଷ୍ଟ ଅଥୋରାଇଜ୍ଡ ଆପ୍କୁ ବ୍ୟବହାର କରିପାରିବେ । ଏହି ଆପ୍ କମ୍ପାନୀ ଦ୍ବାରା ସ୍ବତନ୍ତ୍ର ଭାବେ ‘ୱାଲଡ ଗାର୍ଡେନ’ ଦ୍ବାରା ଅଥୋରାଇଜ ହେବା ଦରକାର । ନଚେତ ଏହାକୁ ଇନଶ୍ଟଲ କରିବା ପାଇଁ କମ୍ପାନୀ ଅନୁମତି ଦିଏ ନାହିଁ । କିନ୍ତୁ ହ୍ୟାକରମାନେ ଏହାର ସମାଧାନ ସ୍ବରୂପ ଜେଲବ୍ରେକ ପ୍ରସ୍ତୁତ କରିଛନ୍ତି । ଏହା ଆଇଫୋନରେ ପୂର୍ବରୁ ରହିଥିବା ଅବୈଧତାକୁ ଭଙ୍ଗ କରି ପ୍ରସ୍ତୁତ କରାଯାଇଥିବା ଜଣା ପଡିଛି ।