ଓଡିଶା

odisha

ETV Bharat / international

ଆମେରିକାରେ 24 ଘଣ୍ଟାରେ 66,528 କୋରୋନା ପଜିଟିଭ ରିପୋର୍ଟ - ଆମେରିକାରେ 24 ଘଣ୍ଟାରେ 66,528 କୋରୋନା ପଜିଟିଭ ରିପୋର୍ଟ

କୋରୋନା କବଜାରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ । ପ୍ରତ୍ୟେକ ଦିନ 50 ହଜାର ଉପରେ ରେକର୍ଡ ହେଉଛି କୋରୋନା ପଜିଟିଭ ସଂଖ୍ୟା । ଅଧିକ ପଢନ୍ତୁ...

ଆମେରିକାରେ 24 ଘଣ୍ଟାରେ 66,528 କୋରୋନା ପଜିଟିଭ ରିପୋର୍ଟ
ଆମେରିକାରେ 24 ଘଣ୍ଟାରେ 66,528 କୋରୋନା ପଜିଟିଭ ରିପୋର୍ଟ

By

Published : Jul 12, 2020, 12:25 PM IST

ଓ୍ବାଶିଂଟନ: ଆମେରିକାରେ ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ କରୁଛି କୋରୋନା ସଂକ୍ରମଣ ସଂଖ୍ୟା । ବିଶ୍ବର ଅନ୍ୟ ଦେଶ ତୁଳନାରେ ଏଠାରେ ସର୍ବାଧିକ ପଜିଟିଭ ମାମଲା ରିପୋର୍ଟ ହେଉଛି । ଏତେ ସଂଖ୍ୟକ ପଜିଟିଭ ରିପୋର୍ଟକୁ ଦେଖିଲେ ଲାଗୁଛି ଯେପରି ଦେଶରେ ସମସ୍ତ ସଚେତନତା ଫେଲ ମାରୁଛି ।

ଜନ ହପକିନ୍ସ ୟୁନିଭର୍ସିଟି ମୁତାବକ, ଗତ 24 ଘଣ୍ଟାରେ 66 ହଜାର 528ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଏଥିରେ 5 ଶହରୁ ଉର୍ଦ୍ଧ୍ବ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ରବିବାର ସକାଳ ସୁଦ୍ଧା 32 ଲକ୍ଷ 47 ହଜାର 684ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଏଥିରେ 1 ଲକ୍ଷ 34 ହଜାର 814 ଜଣଙ୍କର ମୃତ୍ୟୁ ହୋଇଛି । ସେହପରି 14 ଲକ୍ଷ 90 ହଜାର 446 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ 17 ଲକ୍ଷ 27 ହଜାର 797 ଜଣ ଚିକିତ୍ସାଧୀନ ଅଛନ୍ତି।

ଆମେରିକା ସହରର ସବୁଠୁ ଅଧିକ ପ୍ରଭାବିତ ସହର ଭିତରେ ପ୍ରଥମେ ନ୍ୟୁୟର୍କ, ଏହାପରେ କାର୍ଲିଫର୍ଣ୍ଣିଆ, ନ୍ୟୁଜର୍ସି, ମାସାଚୁସେଟ୍ସ ଆଦି ରହିଛି । ସେପଟେ ଶନିବାର ପ୍ରଥମ ଥର ମାସ୍କ ପିନ୍ଧି ନଜର ଆସିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଥମରୁ ମାସ୍କ ପିନ୍ଧିବାକୁ ମନା କରୁଥିବା ଟ୍ରମ୍ପ, କିନ୍ତୁ ଶନିବାର ଏକ ହସ୍ପିଟାଲକୁ ଗସ୍ତ ଅବସରରେ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି ।

ABOUT THE AUTHOR

...view details