ଓଡିଶା

odisha

ETV Bharat / international

ଆଇଫୋନରେ କାର୍‌ କି ଅପ୍ସନ, ଫୋନ ଛୁଇଁଲେ ଚାଲିବ କାର୍‌ - ଆପଲ ୱାର୍ଲଡ ୱାଇଡ ଡେଭେଲପର୍ସ କନଫରେନ୍ସ

ଆଇଫୋନରେ ରୋଲ ଆଉଟ ହେବାକୁ ଯାଉଛି କାର କି ଅପ୍ସନ । 2021 ବିଏମଡବ୍ଲୁ 5 ସିରିଜରେ ଏହାର ବ୍ୟବହାର କରାଯିବା ନେଇ ସୂଚନା ରହିଛି । ଏହା ବ୍ୟତୀତ ଆପ୍‌ ଲଞ୍ଚ ହେବା ପରେ ଏଥିରେ କଣ୍ଟାକ୍ଟ ଇଣ୍ଟିଗ୍ରେସନ ଓ ଡକ୍ୟୁମେଣ୍ଟ ସେଭ ଆଦି ଅପ୍ସନ ଆଡ ହେବା ନେଇ ଜଣା ପଡିଛି ।

car key option in iphone, car to be operated by iphone, iphone latest news, apple worldwide develepores conferece, lstest technology news, ଆଇଫୋନରେ କାର କି ଅପ୍ସ, ଆଇଫୋନରୁ ଚାଲିବ କାର, ଆଇଫୋନ ଲାଟେଷ୍ଟ ନ୍ୟୁଜ୍‌, ଆପଲ ୱାର୍ଲଡ ୱାଇଡ ଡେଭେଲପର୍ସ କନଫରେନ୍ସ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଆଇଫୋନରେ କାର୍‌ କି ଅପ୍ସନ, ଫୋନ ଛୁଇଁଲେ ଚାଲିବ କାର୍‌

By

Published : Jun 24, 2020, 3:52 AM IST

ନ୍ୟୁୟର୍କ: ଆରମ୍ଭ ହୋଇଛି ଆପଲର ୱାର୍ଲଡ ୱାଇଡ ଡେଭେଲପର୍ସ କନଫରେନ୍ସ (ଡବ୍ଲୁଡବ୍ଲୁଡିସି) 2020 । କୋରୋନା ସଂକ୍ରମଣ ପାଇଁ ଅନଲାଇନ ପ୍ଲାଠଫର୍ମରେ ଏହି କାର୍ଯ୍ୟକ୍ରମ ଜୁନ 22ରୁ ଆରମ୍ଭ ହୋଇ ଜୁନ 26 ସରିବା ନେଇ ଜଣା ପଡିଛି । ଆୟୋଜିତ ଏହି ଇଭେଣ୍ଟରେ ମଙ୍ଗଳବାର କମ୍ପାନୀ ଆଇଓଏସ 14ର ଏକ ନୂଆ ଫିଚର ଘୋଷଣା କରିଛି । ଏହି ଫିଚର ଦ୍ବାରା କାର୍‌ ପରିଚାଳିତ କରିପାରିବର କ୍ଷମତା ରହିଥିବା କମ୍ପାନୀ ସ୍ପଷ୍ଟ କରିଛି ।

ସୂଚନା ମୁତାବକ ଆଇଫୋନରେ ରୋଲ ଆଉଟ ହେବାକୁ ଯାଉଛି କାର କି ଅପ୍ସନ । 2021 ବିଏମଡବ୍ଲୁ 5 ସିରିଜରେ ଏହାର ବ୍ୟବହାର କରାଯିବା ନେଇ ସୂଚନା ରହିଛି । ଏହା ବ୍ୟତୀତ ଆପ୍‌ ଲଞ୍ଚ ହେବା ପରେ ଏଥିରେ କଣ୍ଟାକ୍ଟ ଇଣ୍ଟିଗ୍ରେସନ ଓ ଡକ୍ୟୁମେଣ୍ଟ ସେଭ ଆଦି ଅପ୍ସନ ଆଡ ହେବା ନେଇ ଜଣା ପଡିଛି ।

ଏହି ଫିଚର ବ୍ୟବହାର ଦ୍ବାରା ଆଉ ୟୁଜର୍ସଙ୍କୁ କାରର ଚାବି ସବୁବେଳେ ପାଖରେ ରଖିବାକୁ ପଡିବ ନାହିଁ । କାରର ଚାବି ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ହୋଇଥିବା ବେଳେ ଏହା ଥରେ ହଜିଗଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ହେଲେ ଏବେ ନୂଆ ଏନଏଫସି ସିଷ୍ଟମ ଦ୍ବାରା କେବଳ କାରର ହ୍ୟାଣ୍ଡେଲକୁ ଟ୍ୟାପ କରିବା ଦ୍ବାରା ଗାଡିକୁ ଅନଲକ କରାଯାଇପାରିବ ।

ଏହି ନୂଆ ଟେକ୍ନୋଲୋଜି ଦ୍ବାରା ୟୁଜର୍ସଙ୍କୁ ଚାର୍ଜିଂ ପ୍ୟାଡରେ ଲଗାଇବାକୁ ହେବ । ଏହାପରେ ଇଞ୍ଜିନ ଷ୍ଟାର୍ଟ ଓ ଷ୍ଟପ ବଟନକୁ ପ୍ରେସ କରନ୍ତୁ । ଏଥିରେ ଏକ ଭଲ କଥା ହେଉଛି କାରର ମାଲିକ ଏହି ସିଷ୍ଟମକୁ ଅନ୍ୟ ଆଇଫୋନ ୟୁଜର୍ସଙ୍କ ସହ ଶେୟାର କରିପାରିବେ । ସେହି ବ୍ୟକ୍ତି ଯେତେ ବି ଦୂରରେ ଥାଆନ୍ତୁ ନା କାହିଁକି ଏହି ସିଷ୍ଟମକୁ ସହଜରେ ଶେୟାର କରାଯାଇପାରିବ ।

@IANS

ABOUT THE AUTHOR

...view details