ସାନ ଫ୍ରାନ୍ସିସ୍କୋ: କୋଭିଡ-19 ମହାମାରୀ ସମୟରେ ବିଶ୍ବକୁ ସ୍ନେହ, ଭଲ ପାଇବା ଓ ଆଦରର ରହିଛି ଯଥେଷ୍ଟ ଆବଶ୍ୟକତା । କଠିନ ସମୟରେ ପରସ୍ପର ପ୍ରତି ଭଲ ପାଇବା ଓ ସହଯୋଗର ହାତ ବଢଇଛନ୍ତି ଅନେକ । ଏମିତିରେ ଫେସବୁକ ପୋଷ୍ଟରେ ଏହି ସ୍ନେହ ଓ ଆଦରକୁ ଦେଖାଇବା ପାଇଁ ଫେସବୁକ ଲଞ୍ଚ କରିଛି ନୂଆ ‘କେୟାର ଇମୋଜି’ । ଏହି ଇମୋଜି ବ୍ୟବହାରରେ ଆପଣ ବି ବିଶ୍ବ ପ୍ରତି ନିଜର ସମବେଦନା ଓ ଆଦର ଦେଖାଇପାରିବେ ।
ଫେସବୁକରେ ନୂଆ ଆଡିସନ, ଟ୍ରେଣ୍ଡ କରୁଛି କେୟାର ଇମୋଜି - ଫେସବୁକରେ କେୟାର ଇମୋଜି
କୋଭିଡ-19 ମହାମାରୀରେ ବିଶ୍ବକୁ ସ୍ନେହ, ଭଲ ପାଇବା ଓ ଆଦରର ରହିଛି ଯଥେଷ୍ଟ ଆବଶ୍ୟକତା । ଏମିତିରେ ଫେସବୁକ ପୋଷ୍ଟରେ ଏହି ସ୍ନେହ ଓ ଆଦରକୁ ଦେଖାଇବା ପାଇଁ ଫେସବୁକ ଲଞ୍ଚ କରିଛି ନୂଆ ‘କେୟାର ଇମୋଜି’ ।
![ଫେସବୁକରେ ନୂଆ ଆଡିସନ, ଟ୍ରେଣ୍ଡ କରୁଛି କେୟାର ଇମୋଜି facebook latest news, technology news, care emoji on facebook, care emoji, ଫେସବୁକ ଲାଟେଷ୍ଟ ନ୍ୟୁଜ, ଟେକ୍ନୋଲୋଜି ନ୍ୟୁଜ୍, ଫେସବୁକରେ କେୟାର ଇମୋଜି, କେୟାର ଇମୋଜି](https://etvbharatimages.akamaized.net/etvbharat/prod-images/768-512-7036892-526-7036892-1588443622812.jpg)
ତେବେ ନିକଟରେ ଲଞ୍ଚ ହୋଇଥିବା ଏହି ଇମୋଜି ବର୍ତ୍ତମାନ ଖୁବ କମ ଲୋକଙ୍କ ପାଖରେ ପହଞ୍ଚିଛି । ହେଲେ ଆଗାମୀ କିଛି ଦିନ ମଧ୍ୟରେ ଏହା ସମସ୍ତ ୟୁଜର୍ସଙ୍କ ପାଖରେ ପହଞ୍ଚିବ ବୋଲି ପ୍ରକାଶ କରିଛନ୍ତି ଫେସବୁକ ଆପ ମୁଖ୍ୟ ଫିଡଜି ସିମୋ । ଏହି ଇମୋଜି ବର୍ତ୍ତମାନ ଫେସବୁକରେ 2015ରୁ ଥିବା ଥମ୍ବସ୍ ଅପ୍, ହାର୍ଟ, ହସ, ଆଶ୍ଚର୍ଯ୍ୟ, ଦୁଃଖ ଓ ରାଗ ଇମୋଜି ସହ ସାମିଲ ହୋଇଛି । ଏହାକୁ ୟୁଜର୍ସ କମେଣ୍ଟ ବକ୍ସରେ କମେଣ୍ଟ କରିବା ସମୟରେ ପାଇପାରିବେ ।
ସମାନ ଭାବେ ଫେସବୁକ ଅଧିକୃତ ମେସେଞ୍ଜରରେ ଆଡ ହୋଇଛି ନୂଆ ହାର୍ଟ ଇମୋଜି । ଆଗକୁ ଆହୁରି ଅନେକ ଇମୋଜି ଆଡ ହେବ ବୋଲି ମଧ୍ୟ ସୂଚନା ରହିଛି । ତେବେ ବର୍ତ୍ତମାନ ଆଡ ହୋଇଥିବା ହଗ୍ ଇମୋଜି ବା କେୟାର ଇମୋଜି ନେଇ ବହୁ ପୂର୍ବରୁ ଯୋଜନା ରହିଥିବା ବୋଲି ମଧ୍ୟ ଫିଡଜି ପ୍ରକାଶ କରିଛନ୍ତି ।