ଓଡିଶା

odisha

ETV Bharat / international

ଆମେରିକାରେ ଭେଣ୍ଟିଲେଟର ପ୍ରସ୍ତୁତ କଲା 'ନାସା' - nasa-developed ventilator for corona patient

ଭେଣ୍ଟିଲେଟର ଗୁଡିକ କୋରୋନା ଭାଇରସ ରୋଗୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ଭାବରେ ଉଭା ହୋଇଛି । ଏନେଇ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭେଣ୍ଟିଲେଟ ନିର୍ମାଣ କଲା ନାସା । ଅଧିକ ପଢନ୍ତୁ....

NASA makes ventilator in US
ଆମେରିକାରେ ଭେଣ୍ଟିଲେଟର ପ୍ରସ୍ତୁ କଲା 'ନାସା'

By

Published : Apr 26, 2020, 4:12 PM IST

ଓ୍ବାଶିଂଟନ: କୋରୋନା ଭାଇରସ ଆମେରିକାରେ ଭୟାନକ ରୂପ ଧାରଣ କରିଛି। ପ୍ରତିଦିନ ଦେଶରେ ପ୍ରାୟ 2 ହଜାର ଲୋକଙ୍କର ପ୍ରାଣହାନୀ ଘଟୁଛି । ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଡାକ୍ତରଖାନାରେ ଆଇସିୟୁ ବେଡ୍ ଏବଂ ଭେଣ୍ଟିଲେଟର ର ଅଭାବ ଦେଖାଦେଇଛି । ଏପରି ସ୍ଥିତିରେ, ଅନ୍ତରିକ୍ଷଯାନ(ସ୍ପେସ୍ କ୍ରାଫ୍ଟ) ନିର୍ମାଣ କରୁଥିବା ଆମେରିକାର ସ୍ପେସ୍ ଏଜେନ୍ସି ନାସା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ଭେଣ୍ଟିଲେଟର ପ୍ରସ୍ତୁତ କରି ସହଯୋଗର ହାତ ବଢାଇଛି ।

ନାସା ଇଞ୍ଜିନିୟର୍ମାନଙ୍କର ସ୍ମାର୍ଟ ଟିମ ମାତ୍ର 37 ଦିନ ମଧ୍ୟରେ ଏକ ଉଚ୍ଚ ଚାପର ଭେଣ୍ଟିଲେଟର ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛନ୍ତି । ଏହି ଭେଣ୍ଟିଲେଟରର ନାମ VITAL ଅର୍ଥାତ୍ ଭେଣ୍ଟିଲେଟର ଇଣ୍ଟରଭେନ୍ସନ୍ ଟେକ୍ନୋଲୋଜି ଆକ୍ସେସିବଲ୍ ଲୋକାଲ୍ ରଖାଯାଇଛି ।

ନାସା ଏହି ସପ୍ତାହରେ ନ୍ୟୁୟର୍କର ଇକୈନ୍ ସ୍କୁଲ୍ ଅଫ୍ ମେଡିସିନ ରେ ଏକ କ୍ଲିନିକାଲ୍ ପରୀକ୍ଷା କରିଥିଲା। ଡାକ୍ତରଖାନାରେ ଭେଣ୍ଟିଲେଟରର ସଫଳ ପରୀକ୍ଷଣ ପରେ ନାସା ଏହାର ଫାଷ୍ଟ ଟ୍ରାକ୍ ଅନୁମୋଦନକୁ ଅପେକ୍ଷା କରିଛି ଯାହା ଦ୍ବାରା କୋରୋନା ସଂକ୍ରମିତଙ୍କ ଚିକିତ୍ସାରେ ଯଥାଶୀଘ୍ର ବ୍ୟବହାର କରାଯାଇପାରିବ।

ନାସା କହିଛି ଯେ, "ଆମେ ସାଧାରଣତଃ ମହାକାଶଯାନ ତିଆରି କରୁ, ଡାକ୍ତରୀ ଉପକରଣ ନୁହେଁ, କିନ୍ତୁ ଆମେ ସାହାଯ୍ୟ କରିବାକୁ ଚାହୁଁ। କୋଭିଡ୍ 19 ମହାମାରୀରେ, ଆମେ ଭିଟାଲ୍ ନାମକ ଏକ ଉଚ୍ଚ ଚାପର ପ୍ରୋଟୋଟାଇପ୍ ଭେଣ୍ଟିଲେଟର ଡିଜାଇନ୍ କରିଛୁ । ଏହାକୁ 37 ଦିନରେ ଡିଜାଇନ୍ କରିବା ପରେ, ଆମେ ଏହାକୁ ନ୍ୟୁୟର୍କର ମାଉଣ୍ଟ ସାଇନା ହସ୍ପିଟାଲରେ ପରୀକ୍ଷା କରିଥିଲୁ । ବର୍ତ୍ତମାନ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଅଥରିଟି ଏହାର ମୂଲ୍ୟାଙ୍କନ କରିବ"।

ABOUT THE AUTHOR

...view details