ଓଡିଶା

odisha

ETV Bharat / international

କୋଭିଡ-19 ତଥ୍ୟ ପାଇଁ ଏସା ଓ ଜାକ୍ସା ସହ ହାତ ମିଶାଇଲା ନାସା - ଏସା

‘କୋଭିଡ-19 ଆର୍ଥ ଅବଜରଭେସନ ଡ୍ୟାସବୋର୍ଡ’ ତିନୋଟି ସଂସ୍ଥାର ମିଳିତ ପ୍ରୟାସ । ଏହା ପୂର୍ବ ଓ ଏବେର ଉପଗ୍ରହ ଦ୍ବାରା ସଂଗୃହିତ ତଥ୍ୟକୁ ଏକାଠି କରି ଉଭୟ ଗବେଷକ ଓ ସାଧାରଣ ଲୋକଙ୍କ ପାଇଁ ଜରୁରୀ ତଥ୍ୟ ପ୍ରଦାନ କରିବା ପାଇଁ ଚେଷ୍ଟିତ ।

covid-19 research, nasa latest news, esa, jaxa, କୋଭିଡ-19 ଅନୁଧ୍ୟାନ, ନାସା ଲାଟେଷ୍ଟ ନ୍ୟୁଜ୍‌, ନାସା, ଏସା, ଜାକ୍ସା
କୋଭିଡ-19 ତଥ୍ୟ ପାଇଁ ଏସା ଓ ଜାକ୍ସା ସହ ହାତ ମିଶାଇଲା ନାସା

By

Published : Jun 19, 2020, 10:38 PM IST

ୱାଶିଂଟନ: ସାରା ବିଶ୍ବରେ କୋରୋନାର ପ୍ରଭାବ ଜାଣିବା ପାଇଁ ଓ ଏ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିବା ପାଇଁ ନାସା ନେଇଛି ବଡ ପଦକ୍ଷେପ । ଏନେଇ ୟୁରୋପିଆନ ସ୍ପେଶ ଏଜେନ୍ସି(ଏସା) ଓ ଜାପାନ ଏରୋସ୍ପେଶ ଏକ୍ସପ୍ଲୋରେସନ ଏଜେନ୍ସି(ଜାକ୍ସା) ସହ ହାତ ମିଳାଇଛି ନାସା । ଶୁକ୍ରବାର ଏନେଇ ନାସା ଘୋଷଣା କରି ଜଣାଇଛି ।

ମହାମାରୀରେ ପରିଣତ ହୋଇଥିବା କୋରୋନାର ପରିବେଶ ଓ ମାନବ ସମାଜ ଉପରେ କ’ଣ ପ୍ରଭାବ ପଡିଛି ତାହା ଏହି ମହାକାଶୀୟ ଅନୁସନ୍ଧା ଦ୍ବାରା ସ୍ପଷ୍ଟ ହୋଇପାରିବ ବୋଲି ନାସା ପ୍ରକାଶ କରିଛି । ମିଳିତ ଉଦ୍ୟମରେ ହେଉଥିବା ଏହି ଅନୁଧ୍ୟାନର ତଥ୍ୟା ଆସନ୍ତା ଜୁନ 25ରେ ପ୍ରକାଶ ପାଇବା ନେଇ ନାସା ସୂଚନା ଦେଇଛି ।

ତେବେ ‘କୋଭିଡ-19 ଆର୍ଥ ଅବଜରଭେସନ ଡ୍ୟାସବୋର୍ଡ’ ତିନୋଟି ସଂସ୍ଥାର ମିଳିତ ପ୍ରୟାସ । ଏହା ପୂର୍ବ ଓ ଏବେର ଉପଗ୍ରହ ଦ୍ବାରା ସଂଗୃହିତ ତଥ୍ୟକୁ ଏକାଠି କରି ଉଭୟ ଗବେଷକ ଓ ସାଧାରଣ ଲୋକଙ୍କ ପାଇଁ ଜରୁରୀ ତଥ୍ୟ ପ୍ରଦାନ କରିବା ପାଇଁ ଚେଷ୍ଟିତ । ଏହି ଡ୍ୟାସବୋର୍ଡ ମୁଖ୍ୟତଃ କୋରୋନା ପ୍ରଭାବରେ ବାୟୁ ଓ ଜଳର ମାନରେ ହେଉଥିବା ପରିବର୍ତ୍ତନ ସହ ପରିବେଶରେ ପ୍ରଭାବ, ଅର୍ଥନୈତିକ ଅଧୋଗତି ଓ କୃଷିକ୍ଷେତ୍ରରେ ପରିବର୍ତ୍ତନକୁ ଟ୍ରାକ କରୁଛି ।

ଏହା ପୃଥିବୀ ପୃଷ୍ଠରେ ହେଉଥିବା ଛୋଟ ବଡ ସମସ୍ତ ପରିବର୍ତ୍ତନ ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ବର୍ତ୍ତମାନ ସମୟରେ କୋରୋନାର ପ୍ରଭାବକୁ ସ୍ବତନ୍ତ୍ର ଭାବେ ଅନୁଧ୍ୟାନ କରିବା ପାଇଁ ନାସା ନିଜ ପ୍ରଚେଷ୍ଟା ଆରମ୍ଭ କରିଛି । ଏହି ଅନୁଧ୍ୟାନରେ ବାୟୁର ମାନରେ ପରିବର୍ତ୍ତନ ଓ ଏହାର ଜଳର ମାନ ପରିବର୍ତ୍ତନରେ ପ୍ରଭାବ ଆଦି ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି ।

@IANS

ABOUT THE AUTHOR

...view details