ୱାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥାୟ ନାସା ନିଜ ହ୍ୟୁମାନ ସ୍ପେଶଲିଫ୍ଟ ବା ମନୁଷ୍ୟକୁ ମହାକାଶ ପଠାଇବା ମିଶନରେ ଜଣେ ନୂଆ ମୁଖ୍ୟଙ୍କୁ ନିଯୁକ୍ତି ଦେଇଛି । ଏହି ମିଶନରେ ସ୍ପେଶଏକ୍ସ ଫାଲକନ 9 ରକେଟ ସହାୟତାରେ ଦୁଇ ଜଣ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ପଠାଯାଇସାରିଛି । ଏବେ ଏହାର ପରବର୍ତ୍ତୀ ଲକ୍ଷ୍ୟ ରହିଛି 2024 ମସିହାରେ ମାନବକୁ ଚନ୍ଦ୍ରପୃଷ୍ଠକୁ ପଠାଇବା ।
ଏନେଇ ନାସା ପ୍ରଶାସକ ଜିମ ବ୍ରିଡେନଷ୍ଟାଇନ କମର୍ସିଆଲ କ୍ରିୟୁ ପ୍ରୋଗ୍ରାମ ମ୍ୟାନେଜର କ୍ୟାଥି ଲ୍ୟୁଡରଙ୍କୁ ସଂସ୍ଥାର ହ୍ୟୁମାନ ଏକ୍ସପ୍ଲୋରେସନ ଆଣ୍ଡ ଅପରସେନ(ଏଚଇଓ)ର ପରବର୍ତ୍ତୀ ଆସୋସିଏଟ ଆଡମିନିଷ୍ଟ୍ରେଟର ଭାବେ ଚୟନ କରିଛନ୍ତି । 2014 ମସିହାରୁ ଲ୍ୟୁଡର ମହାକାଶଚାରୀଙ୍କୁ ଘରୋଇ ସ୍ପେଶକ୍ରାଫ୍ଟରେ ମହାକାଶ ପଠାଇବାରେ ନାସାକୁ ସାହାଯ୍ୟ କରିଆସିଛନ୍ତି । ଏଥିମଧ୍ୟରେ ମେ’ 30ରେ କେନ୍ନେଡି ମହାକାଶ କେନ୍ଦ୍ରରୁ ଡେମୋ-2ର ସଫଳ ଉତ୍କ୍ଷେପଣ ଅନ୍ୟତମ ।