ଲିମା: ଦକ୍ଷିଣ ଆମେରିକା ସହର ପେରୁରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ୧୦୦ ଫୁଟ ଗଭୀରକୁ ଖସିଯିବାରୁ ଅକାଳରେ ଚାଲିଯାଇଛି ୨୦ ଜଣଙ୍କ ଜୀବନ । ଏହା ସହ ପାଖାପାଖି ୩୩ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ମିଳିଛି ।
ଜିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ସ୍ଥାନୀୟ ସମୟ ପାଖାପାଖି ୨ଟା ୪୦ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ସ୍ବାସ୍ଥ୍ୟ ବିଭାଗ । ଆଣ୍ଡେନ ଟାଉନ ଏବଂ ହୁଆନାକାସପାଟା ମଧ୍ୟରେ ଥିବା ଏକ ଗ୍ରାମାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବସଟି ଟାଏବାମ୍ବା ଠାରୁ ଲା ଲିବର୍ଟଡର ରାଜଧାନୀ ଟ୍ରୁଜିଲୋ ଅଭିମୁଖେ ଯାଉଥିଲା ।