ଓଡିଶା

odisha

ETV Bharat / international

ଟ୍ରମ୍ପଙ୍କ ଶାସନ କାଳରେ ସ୍ବାସ୍ଥ୍ୟବୀମାରୁ ବାଦ ପଡ଼ିଛନ୍ତି 23 ଲକ୍ଷରୁ ଅଧିକ - ହାର୍ୱଡ ମେଡିକାଲ ସ୍କୁଲ

ଆମେରିକାରେ ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ 23 ଲକ୍ଷରୁ ଅଧିକ ଲୋକେ ସ୍ବାସ୍ଥ୍ୟବୀମାରୁ ବାଦ ପଡ଼ିଛନ୍ତି। ଏନେଇ ଫେଡେରାଲ ସର୍ଭେ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି। ଅଧିକ ପଢ଼ନ୍ତୁ...

ଟ୍ରମ୍ପଙ୍କ ଶାସନ କାଳରେ 23 ଲକ୍ଷରୁ ଅଧିକ ସ୍ବାସ୍ଥ୍ୟବୀମାରୁ ବାଦ ପଡ଼ିଛନ୍ତି
ଟ୍ରମ୍ପଙ୍କ ଶାସନ କାଳରେ 23 ଲକ୍ଷରୁ ଅଧିକ ସ୍ବାସ୍ଥ୍ୟବୀମାରୁ ବାଦ ପଡ଼ିଛନ୍ତି

By

Published : Nov 1, 2020, 9:38 PM IST

ନ୍ୟୁୟର୍କ:ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ 23 ଲକ୍ଷରୁ ଅଧିକ ଲୋକେ ସ୍ବାସ୍ଥ୍ୟବୀମାରୁ ବାଦ ପଡ଼ିଛନ୍ତି। ଏନେଇ ଫେଡେରାଲ ସର୍ଭେ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ 2016ରୁ 2019 ମଧ୍ୟରେ ସ୍ବାସ୍ଥ୍ୟବୀମାରୁ ବାଦ ପଡ଼ଥିବା ଆମେରିକୀୟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ଆମେରିକାରେ ସ୍ବାସ୍ଥ୍ୟବୀମା କରିବା ସେଠକାର ବାସିନ୍ଦାଙ୍କ ପାଇଁ ବାଧ୍ୟତା ମୂଳକ ରହିଛି।

ହାର୍ୱାଡ ମେଡିକାଲ ସ୍କୁଲ ଓ ନ୍ୟୁୟର୍କର ହଣ୍ଟର୍ କଲେଜର ସିଟି ୟୁନିଭର୍ସିଟିର ରିସର୍ଚରମାନେ ଏହି ସର୍ଭେ କରିଥିବା ଜଣା ପଡ଼ିଛି। ସ୍ବାସ୍ଥ୍ୟବୀମା ନଥିବା କାରଣରୁ ଟ୍ରମ୍ପଙ୍କ ଶାସନ କାଳରେ 25 ହଜାର 180 ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ସର୍ଭେ କୋରୋନା ମହାମାରୀ ପୂର୍ବରୁ କରାଯାଇଥିବା ନେଇ ସୂଚନା ମିଳିଛି।

ଏହି ସର୍ଭେ କରୁଥିବା ଅନୁସନ୍ଧାନକାରୀମାନେ ତିନୋଟି ସର୍ଭେ ଉପରେ ଅଧିକ ଧ୍ୟାନ ଦେଇଥିଲେ। ସ୍ବାସ୍ଥ୍ୟବୀମା କଭରେଜ୍, ଆମେରିକୀୟ କମ୍ୟୁନିଟି ସର୍ଭେ(american Community Survey) ଓ ଜାତୀୟ ସ୍ୱାସ୍ଥ୍ୟ ସାକ୍ଷାତକାର ସର୍ଭେ କରିବା ପରେ ଏହି ସବୁ ତଥ୍ୟ ପଦାକୁ ଆସିଛି। ଏହି ସର୍ଭେରେ କୁହାଯାଇଛି ଯେ, ଆମେରିକାରେ କୋରୋନା ମୃତ୍ୟୁ ହାର ମିସାଇଲେ ଏହି ମୃତ୍ୟୁସଂଖ୍ୟା ନିଶ୍ଚୟ ଅଧିକ ହେବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ ଦୁର୍ଭାଗ୍ୟଜନକ ଭାବେ ସ୍ବାସ୍ଥ୍ୟବୀମା ହ୍ରାସ ପାଇଛି।

ସ୍ବାସ୍ଥ୍ୟବୀମା ନଥିବା କାରଣରୁ ଅଧିକାଂଶ ଲୋକଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆମେରିକାରେ ରାଷ୍ଟ୍ରପତିଙ୍କ ଏହା ଏକ ବିଫଳତା ବୋଲି ଦର୍ଶାଇଛି ଏହି ଅନୁସନ୍ଧାନକାରୀ ଦଳ। ସ୍ବାସ୍ଥ୍ୟବୀମାର ସର୍ଭେ ପାଇଁ ଆମେରିକୀୟ କମ୍ୟୁନିଟି ସର୍ଭେ ସବୁଠାରୁ ଚୁଡ଼ାନ୍ତ ମୂଳକ ଥିଲା ବୋଲି ଏହି ଅନୁସନ୍ଧାନକାରୀ ଦଳ ଦର୍ଶାଇଛି।

ହଣ୍ଟର୍ କଲେଜର ପ୍ରଫେସର ତଥା ହାର୍ୱଡ ମେଡିକାଲ୍ ସ୍କୁଲର ଅଧ୍ୟାପକ ଷ୍ଟେଫି ୱୁଲହାଣ୍ଡଲର କହିଛନ୍ତି ଯେ, "ଆମେରିକାରେ ଯେଉଁମାନଙ୍କ ସ୍ବାସ୍ଥ୍ୟବୀମା ନଥିଲା ସେମାନେ ନିଜର ଆବଶ୍ୟକ ଚିକିତ୍ସା କରାଇ ପାରିନଥିଲେ। କାରଣ ଆମେରିକାରେ ଚିକିତ୍ସା ଖର୍ଚ୍ଚ ଅଧିକ ରହିଥାଏ। ତେବେ ଚିକିତ୍ସା ଅଭାବରୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରୁ ପ୍ରମାଣିତ ହେଉଛି ଯେ, ଆମେରିକାରେ ଟ୍ରମ୍ପଙ୍କ ଶାସନ କାଳରେ ଅଧିକାଂଶ ଲୋକେ ସ୍ବାସ୍ଥ୍ୟବୀମା କରି ନାହାନ୍ତି। ଏହି ସର୍ଭେ କୋରୋନା ମହାମାରୀ ପୂର୍ବରୁ କରାଯାଇଥିଲା। କୋରୋନା ମୃତ୍ୟୁସଂଖ୍ୟାକୁ ଏଥିରେ ମିଶାଇଲେ ଏହି ସଂଖ୍ୟା ନିଶ୍ଚିତ ରୂପେ ବୃଦ୍ଧି ପାଇବ। ଏହା ଆମେରିକା ପାଇଁ ଏକ ଚିନ୍ତାର କାରଣ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details