ଓଡିଶା

odisha

ETV Bharat / international

ବନ୍ଦ ହେବ ମାଇକ୍ରୋସଫ୍ଟର ରିଟେଲ୍ ଷ୍ଟୋର୍

ବର୍ତ୍ତମାନ ସମଗ୍ର ବିଶ୍ବରେ ଏହା ସମସ୍ତ ରିଟେଲ୍ ଷ୍ଟୋର୍ ବନ୍ଦ କରିବାକୁ ଘୋଷଣା କରିଛି । ଏହାର ସୂଚନା ନିଜେ ମାଇକ୍ରୋସଫ୍ଟ କମ୍ପାନୀ ପକ୍ଷରୁ ଦିଆଯାଇଛି । ଅଧିକ ପଢନ୍ତୁ....

ବନ୍ଦ ହେବ ମାଇକ୍ରୋସଫ୍ଟର ରିଟେଲ୍ ଷ୍ଟୋର୍
ବନ୍ଦ ହେବ ମାଇକ୍ରୋସଫ୍ଟର ରିଟେଲ୍ ଷ୍ଟୋର୍

By

Published : Jun 27, 2020, 6:20 AM IST

ହାଇଦ୍ରାବାଦ: ଟେକ୍ନୋଲୋଜି ଦୁନିଆର ସବୁଠାରୁ ବଡ କମ୍ପାନୀ ମାଇକ୍ରୋସଫ୍ଟ । ବର୍ତ୍ତମାନ ସମଗ୍ର ବିଶ୍ବରେ ଏହା ସମସ୍ତ ରିଟେଲ୍ ଷ୍ଟୋର୍ ବନ୍ଦ କରିବାକୁ ଘୋଷଣା କରିଛି । ଏହାର ସୂଚନା ନିଜେ ମାଇକ୍ରୋସଫ୍ଟ କମ୍ପାନୀ ପକ୍ଷରୁ ଦିଆଯାଇଛି ।

ଏନେଇ କମ୍ପାନୀ କହିଛି ଏହାର ସମସ୍ତ ରିଟେଲ୍ ଷ୍ଟୋର ଗୁଡିକ ବନ୍ଦ ରହିବ । ଏହାର କେବଳ ଚାରୋଟି ଷ୍ଟୋର ଖୋଲା ରହିବ । ଯେଉଁଥିରୁ ଏବେ ପ୍ରଡକ୍ଟର ବିକ୍ରି ହେଉନାହିଁ କେବଳ ସେହି 4ଟି ହିଁ ଖୋଲା ରହିବ । ଆମେରିକା ଏବଂ ସମଗ୍ର ବିଶ୍ବରେ ସମସ୍ତ ମାଇକ୍ରୋସଫ୍ଟ ଷ୍ଟୋର ଗୁଡିକ ବନ୍ଦ ରହିବ । କମ୍ପାନୀ କହିଛି ଯେ ଆମେ ବର୍ତ୍ତମାନ ଡିଜିଟାଲ ଷ୍ଟୋର ଉପରେ ଅଧିକ ଧ୍ୟାନ ଦେବୁ ।

ଏହାସହ ସେ କହିଛି, 'ଆମେ ଏକ ଟିମ୍ ଗଠନ କରିଛୁ ଯେଉଁଥିରେ ମଲ୍ଟିଟ୍ୟାଲେଣ୍ଟଡ ଲୋକ ଅଛନ୍ତି ସେମାନେ ଦୁନିଆର ଯେକୌଣସି କୋଣରୁ କାମ କରିପାରିବେ । କୌଣସି ପରିସ୍ଥିତିରେ ସମସ୍ତ ପ୍ରକାର ଗ୍ରାହକଙ୍କୁ ସାହାଯ୍ୟ କରିବାକୁ ଆମ ଟିମ ପ୍ରସ୍ତୁତ ରହିଛି । ଆମ ଦଳ 120ରୁ ଅଧିକ ଭାଷା ଜାଣିଥିବା ଲୋକଙ୍କୁ ନେଇ ଗଠିତ । ପୂର୍ବ ଅପେକ୍ଷା ବର୍ତ୍ତମାନ ଆମ ଦଳ ଅଧିକ ଶକ୍ତିଶାଳୀ ଥିବା କହିଛି କମ୍ପାନୀ ।'

ABOUT THE AUTHOR

...view details