ସାନ ଫ୍ରାନ୍ସିସ୍କୋ: ବୃହତ ସ୍ତରରେ ଉଦ୍ୟୋଗମାନଙ୍କୁ ଡାଟା ସ୍କେଲ ଯୋଗାଉଥିବା ଆଗଧାଡିର ପ୍ରୋଭାଇଡର ଏଡିଆରଏମକୁ ଅଧିଗ୍ରହଣ କରିଛି ମାଇକ୍ରୋସଫ୍ଟ କମ୍ପାନୀ । ଶୁକ୍ରବାର ଏନେଇ ବିଧିବଦ୍ଧ ଘୋଷଣା କରିଛି ଟେକ ଜାଏଣ୍ଟ ମାଇକ୍ରୋସଫ୍ଟ । ତଥ୍ୟର ବ୍ଲୁପ୍ରିଣ୍ଟ ପାଇଁ ବିଶ୍ବବ୍ୟାପୀ ଅନେକ କମ୍ପାନୀ ଏଡିଆରଏମ ଉପରେ ନିର୍ଭରଶୀଳ ରହିଥିବା ବେଳେ ଏହା ଏବେ ମାଇକ୍ରୋସଫ୍ଟ ଅଧିନରେ ପରିଚାଳିତ ହେବା ନେଇ ଜଣାପଡିଛି ।
ଉତ୍ତର କ୍ୟାରୋଲିନାସ୍ଥିତ ଏଡିଆରଏମର ଇଣ୍ଡଷ୍ଟ୍ରି ଡାଟା ମଡେଲ ବିଗତ ଅନେକ ଦଶନ୍ଧି ହେବ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନକୁ ସାହାଯ୍ୟ କରିଆସିଛି । ତେବେ ଇଣ୍ଡଷ୍ଟ୍ରି ଡାଟା ମଡେଲ ଗୋଟିଏ କମ୍ପାନୀର କାର୍ଯ୍ୟଶୈଳୀକୁ ଅଧିକ ମାର୍ଜିତ କରିବା ସହ ଏହାର ବ୍ୟାବସାୟିକ ଦୃଷ୍ଟିକୋଣକୁ ବଜାରରେ ଅଧିକ ସ୍ପଷ୍ଟ କରିଥାଏ । ଏହାଏକ ଇଣ୍ଟିଗ୍ରେଡେଟ ବା ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ ଏହାକୁ ଅତି ଯତ୍ନ ଓ ଦାୟିତ୍ବର ସହ ପ୍ରସ୍ତୁତ କରିବା ପାଇଁ ଏଡିଆରଏମ ବେଶ ଜଣାଶୁଣା ।