ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡରେ ନ୍ୟୁୟର୍କ ସିଟିର ପୂର୍ବତନ ମେୟର ମାଇକେଲ ବ୍ଲୁମବର୍ଗ । ବିଶ୍ବର ସମୃଦ୍ଧଶାଳୀ ଗଣତନ୍ତ୍ର କୁହାଯାଉଥିବା ଆମେରିକାରେ ଆସନ୍ତାବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବ୍ଲୁମବର୍ଗ ପ୍ରାର୍ଥୀ ହେବେ ବୋଲି ରବିବାର ଜଣାଇଛନ୍ତି । ଏନେଇ ସେ ଔପଚାରିକ ରୂପେ ଦାବି ଉପସ୍ଥାପନା କରିଛନ୍ତି ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ମାଇକେଲ ବ୍ଲୁମବର୍ଗ - ମାଇକଲ ବ୍ଲୁମବର୍ଗ ଲଢିବେ ରାଷ୍ଟ୍ରପତି ନିର୍ବାଚନ
ଆମେରିକାରେ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ନ୍ୟୁୟର୍କ ସିଟିର ପୂର୍ବତନ ମେୟର ମାଇକେଲ ବ୍ଲୁମବର୍ଗ ପ୍ରତିଦ୍ବନ୍ଦିତା କରିବେ।
ମାଇକେଲ ବ୍ଲୁମବର୍ଗ ଜଳବାୟୁ ପରିବର୍ତ୍ତନ ବିରୋଧରେ କାର୍ଯ୍ୟ କରିଥିବା ଜଣେ କାର୍ଯ୍ୟକର୍ତ୍ତା ଭାବରେ ଖ୍ୟାତି ଅର୍ଜନ କରିଛନ୍ତି । ଏହା ବ୍ୟତୀତ ସେ ବିଶ୍ବର ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ବର୍ତ୍ତମାନ ଆମେରିକାର ଜାତୀୟ ସଂସଦ କଂଗ୍ରେସରେ ବିରୋଧି ଆସନରେ ବସିଥିବା ଡେମୋକ୍ରାଟିକ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ବୋଲି ଜଣାପଡିଛି । 77 ବର୍ଷୀୟ ବ୍ଲୁମବର୍ଗ ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିବେ କି ନାହିଁ, ତାହା ଆସନ୍ତା 2020 ଫେବୃଆରୀରେ ଜଣାପଡିବ।
ବ୍ଲୁମବର୍ଗ ସର୍ବଦା ଭାରତ ସପକ୍ଷରେ ବୟାନ ଦିଅନ୍ତି । ସେ ଆମେରିକା ଏବଂ ଭାରତର ସମ୍ପର୍କକୁ ମଜବୁତ କରିବା ପାଇଁ ସର୍ବଦା ପ୍ରୟାସ ଜାରି ରଖଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବନ୍ଧୁ ଭାବେ ପରିଚିତ ବ୍ଲୁମବର୍ଗ ଅନେକ ଥର ଭାରତ ଗସ୍ତରେ ଆସିଛନ୍ତି ।