ୱାଶିଂଟନ: ସମଗ୍ର ବିଶ୍ୱରେ ମହାମାରୀ କୋରୋନା ଯୋଗୁଁ ଲକ ଡାଉନ ସ୍ଥିତି । ଏଭଳି ସ୍ଥିତିରେ ଲୋକମାନେ ଟଏଲେଟ ପେପର ମଧ୍ୟ ପାଇବା କଷ୍ଟକର ହେଲାଣି ।ଦୋକାନରେ ଖାଦ୍ୟ ଏବଂ ପାନୀୟ ଶେଷ ହୋଇ ଆସିଲାଣି । ଏପରିକି ଘରେ ଥିବା ଲୋକଙ୍କ ପାଖରୁ ମଧ୍ୟ ସରିଲାଣି ଜିନିଷ। ଇଟାଲୀରେ ଲୋକମାନେ ନିଜ ଘର ବାହାରେ ମଧ୍ୟ ଗରିବଙ୍କ ଉଦ୍ଦେଶ୍ୟରେ ଖାଦ୍ୟ ବ୍ୟାଗ ମଧ୍ୟ ଟାଙ୍ଗିଥିଲେ।
ଆମେରିକାରେ ମାଗଣା ଖାଦ୍ୟ ବାଣ୍ଟୁଛନ୍ତି ଏହି ପରିବାର - ଆମେରିକାରେ ମାଗଣାରେ ଖାଦ୍ୟ ଦେଉଛନ୍ତି ଏହି ପରିବାର
ଆମେରିକାରେ ମାଗଣାରେ ଖାଦ୍ୟ ଦେଉଛନ୍ତି ଏହି ପରିବାର । ଦୋକାନକୁ ଯାଇ ଅଯଥା ସମୟ ନଷ୍ଟ ନକରିବାକୁ କହିଛନ୍ତି ଏହି ପରିବାର। ଅଧିକ ପଢନ୍ତୁ....
ବର୍ତ୍ତମାନ ଆମେରିକାର ୱିସ୍କୋସିନରୁ ଏଭଳି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ ଏକ ପରିବାର ନିଜ ଘର ବାହାରେ ଖୋଲିଛନ୍ତି ଏକ ପ୍ୟାଣ୍ଟ୍ରି। ଯେଉଁଠି ଲୋକଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ରଖିଛନ୍ତି । ବିନା ମୂଲ୍ୟରେ ଲୋକେ ନିଜ ଆବଶ୍ୟକ ଅନୁସାରେ ଏଠାରୁ ଖାଦ୍ୟ ନେଇ ପାରିବେ । ଟେରି ଉରିବେ ଗଲଙ୍କ ପରିବାର ଏହି ବ୍ୟବସ୍ଥା କରିଛନ୍ତି । ଟେରି ନିଜ ଫେସବୁକ ପେଜରେ ଏନେଇ ସେୟାର କରିଛନ୍ତି କିଛି ଫଟୋ । ଆଉ ଏଥିରେ ଲେଖିଛନ୍ତି, 'ମୁଁ ଏବଂ ମୋ ପରିବାର ଏହି ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ମିନି ପ୍ୟାଣ୍ଟ୍ରି ଖୋଲିଛୁ। ଜିନିଷ କିଣିବା ବନ୍ଦ କର, ଆବଶ୍ୟକ ହେଲେ ଏଠାରୁ ନିଅ ।
ଯଦି ତୁମେ କିଛି ଦାନ କରିପାରିବ ତେବେ ନିଶ୍ଚୟ କର । ଏହି ପ୍ୟାଣ୍ଟ୍ରି 24 ଘଣ୍ଟା ଖୋଲା ରହୁଛି । ଖାଦ୍ୟ ସାମଗ୍ରୀ ସହିତ ଏହା ମୃଦୁ ପାନୀୟ, ଡାଏପର, କାଗଜ ଦ୍ରବ୍ୟ, ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ,ଜୁସ୍, ସୋଡା, ଚିପ୍ସ, ସାମ୍ପୁ, ପ୍ୟାନ କେକ୍, ଆଳୁ ଏବଂ ଅନ୍ୟାନ୍ୟ ପନିପରିବା ମଧ୍ୟ ରହିଛି । ଏପରିକି ଏହି ଦୋକାନରେ ମନୋରଞ୍ଜନ ଉଦ୍ଦେଶ୍ୟରେ କିଛି ପୁସ୍ତକ ମଧ୍ୟ ରଖାଯାଇଛି ।