ଓଡିଶା

odisha

By

Published : Jul 3, 2020, 6:17 AM IST

ETV Bharat / international

ମୁଣ୍ଡ ନୁଆଇଁବାକୁ ଜ୍ୟୁକରବର୍ଗଙ୍କ ଅନିଚ୍ଛା, କହିଲେ ଆପେ ଫେରିବେ ବିଜ୍ଞାପନ ସଂସ୍ଥା

ଫେସବୁକ ଓ ଇନଷ୍ଟାଗ୍ରାମରୁ ବିଜ୍ଞାପନ ବନ୍ଦ କରିଛନ୍ତି ହଜାର ହଜାର ସଂସ୍ଥା । ହେଲେ ଏଥିରେ କମ୍ପାନୀ ସିଇଓ ମାର୍କ ଜ୍ୟୁକରବର୍ଗ ମୁଣ୍ଡ ନୁଆଁଇବା ବଦଳରେ ସମସ୍ତ ବିଜ୍ଞାପନ ସଂସ୍ଥା ପୁଣି ପ୍ଲାଟଫର୍ମକୁ ଫେରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

mark zukerberg, facebook latest news, latest technology news, advertisement add on facebook, ମାର୍କ ଜ୍ୟୁକରବର୍ଗ, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଫେସବୁକରେ ବିଜ୍ଞାପନ ବ୍ୟାନ
ମୁଣ୍ଡ ନୁଆଇଁବାକୁ ଜ୍ୟୁକରବର୍ଗଙ୍କ ଅନିଚ୍ଛା, କହିଲେ ଆପେ ଫେରିବେ ବିଜ୍ଞାପନ ସଂସ୍ଥା

ସାନ ଫ୍ରାନ୍ସିସ୍କୋ: ଫେସବୁକ ଓ ଇନଷ୍ଟାଗ୍ରାମରୁ ବିଜ୍ଞାପନ ବନ୍ଦ କରିଛନ୍ତି ହଜାର ହଜାର ସଂସ୍ଥା । ହେଲେ ଏଥିରେ କମ୍ପାନୀ ସିଇଓ ମାର୍କ ଜ୍ୟୁକରବର୍ଗ ମୁଣ୍ଡ ନୁଆଁଇବା ବଦଳରେ ସମସ୍ତ ବିଜ୍ଞାପନ ସଂସ୍ଥା ପୁଣି ପ୍ଲାଟଫର୍ମକୁ ଫେରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ପ୍ରକାଶିତ ଏକ ରିପୋର୍ଟ ମୁତାବକ ମାର୍କ ନିଜ କର୍ମଚାରୀଙ୍କୁ କହିଛନ୍ତି କି ସେ କୌଣସି ବିଜ୍ଞାପନ ସଂସ୍ଥା ଆଗରେ ମୁଣ୍ଡ ନୁଆଁଇବା ପାଇଁ ସେ ରାଜି ନାହାନ୍ତି ।

ସେ ଏହା ମଧ୍ୟ କହିଛନ୍ତି କି ବିଜ୍ଞାପନ ସଂସ୍ଥାଙ୍କ ସୁବିଧା ପାଇଁ ସେମାନଙ୍କ ଦାବି ପୂରଣ କରିବା ଭଳି କମ୍ପାନୀ କୌଣସି ପଦକ୍ଷେପ ନେବ ନାହିଁ । ଏଥିସହ କମ୍ପାନୀ ରେଭେନ୍ୟୁର କୌଣସି ଅଂଶ ଏହି ବିଜ୍ଞାପନ ସଂସ୍ଥାଗୁଡିକୁ ଦିଆଯିବ ନାହିଁ ବୋଲି ମଧ୍ୟ ଜ୍ୟୁକରବର୍ଗ କହିଛନ୍ତି । ତେବେ ଫେସବୁକରେ 25ଟି ବିଜ୍ଞାପନ ସଂସ୍ଥା ଅର୍ଥ ବିନିଯୋଗ କରୁଥିବା ବେଳେ ସେଥିରୁ କେବଳ ମାଇକ୍ରୋସଫ୍ଟ, ଷ୍ଟାରବକ୍ସ ଓ ପିଫିଜର ହିଁ ନିଜ ବିଜ୍ଞାପନ ବନ୍ଦ ନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ।

ସେପଟେ ବୁଧବାର ଫେସବୁକ ପ୍ରାୟ 400ରୁ ଉର୍ଦ୍ଧ୍ବ ବ୍ରାଣ୍ଡକୁ ବୟକଟ କରିଥିବା ଜଣା ପଡିଛି । ଏନେଇ କମ୍ପାନୀ କହିଛି ନିଜ ପ୍ଲାଟଫର୍ମରେ ସେ କୌଣସି କ୍ଷତିକାରକ ବ୍ରାଣ୍ଡକୁ ପ୍ରୋତ୍ସାହନ ଦେବ ନାହିଁ । କୌଣସି ନକାରାତ୍ମକ ତଥ୍ୟରୁ କମ୍ପାନୀ ଯେପରି ଲାଭ ନପାଏ ତାହା କମ୍ପାନୀର ମୂଳ ଲକ୍ଷ୍ୟ । ଯଦି କମ୍ପାନୀ କେବେ ବି ପ୍ଲାଟଫର୍ମରେ କୌଣସି ଏପରି ତଥ୍ୟ ଦେଖେ ତେବେ କମ୍ପାନୀ ଏହାକୁ ବରଦାସ୍ତ ନକରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ସ୍ପଷ୍ଟ କରିଛି ।

@IANS

ABOUT THE AUTHOR

...view details