ଓଡିଶା

odisha

ETV Bharat / international

ରିଓ ଡି ଜେନେରିଓରେ ପ୍ରକୃତି ତାଣ୍ଡବ, ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି - ବ୍ରାଜିଲର ରିଓ ଡି ଜେନେରିଓରେ ବନ୍ୟା ବିପତ୍ତି

ରିଓ ଡି ଜେନେରିଓରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ହୋଇଛି । ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି । ଅଧିକ ପଢନ୍ତୁ

ରିଓ ଡି ଜେନେରିଓରେ ପ୍ରକୃତିର ତାଣ୍ଡବ, ୧୩୦କୁ ବଢିଲା ମୃତ୍ୟୁ ସଂଖ୍ୟା
ରିଓ ଡି ଜେନେରିଓରେ ପ୍ରକୃତିର ତାଣ୍ଡବ, ୧୩୦କୁ ବଢିଲା ମୃତ୍ୟୁ ସଂଖ୍ୟା

By

Published : Feb 19, 2022, 12:11 PM IST

ବ୍ରାସିଲିଆ:ବ୍ରାଜିଲରେ ଦିିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । ରିଓ ଡି ଜେନେରିଓରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ହୋଇଛି । ଏଥିରେ ୧୩୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପେଟ୍ରୋପଲିସ୍ ସର୍ବାଧିକ ପ୍ରଭାବିତ ହୋଇଛି ।

ସୂଚନାଅନୁସାରେ, ପେଟ୍ରୋପଲିସ୍ ସହରରେ ମଙ୍ଗଳବାର ଦିନ ବନ୍ୟା ପରିସ୍ଥିତି ଉପୁଜିଥିଲା । ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ଲୋକ ବାସହରା ହୋଇଯାଇଥିବା ନେଇ ରିଓ ଡି ଜେନେରିଓର ରାଜ୍ୟପାଳ କ୍ଲାଉଡିଓ କାଷ୍ଟ୍ରୋ ସୂଚନା ଦେଇଛନ୍ତି । ଏହାସହ ୨୦୦ରୁ ଅଧିକ ନିଖୋଜ ଥିବା ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Flash Floods In Brazil: ରିଓ ଡି ଜେନେରିଓରେ ପ୍ରକୃତିର ତାଣ୍ଡବ, 78 ମୃତ

ଗତକାଲି(ଶୁକ୍ରବାର) ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଭୂସ୍ଖଳନ ହୋଇଥିବା ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଏପରି ପରିସ୍ଥିତି ଦେଖି ଯୁଦ୍ଧକ୍ଷେତ୍ର ଭଳି ମନେ ହେଉଥିବା କହିଛନ୍ତି ବ୍ରାଜିଲ ରାଷ୍ଟ୍ରପତି । ଏଭଳି ସ୍ଥିତିରେ ବଡ ବଡଯନ୍ତ୍ର ସାହାଯ୍ୟରେ ଉଦ୍ଧାରକାର୍ଯ୍ୟ କରିବା କଷ୍ଟସାଧ୍ୟ ହେଉଥିବା ନେଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସୂଚନା ଦେଇଛନ୍ତି ।

ବ୍ରାଜିଲ ସରକାର ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ 500 million reais (ପ୍ରାୟ ୯୫ ମିଲିୟନ୍ ଆମେରିକୀୟ ଡଲାର୍) ଜରୁରୀକାଳୀନ ରିଲିଫରେ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details