ଓଡିଶା

odisha

ETV Bharat / international

Flash Floods In Brazil: ରିଓ ଡି ଜେନେରିଓରେ ପ୍ରକୃତିର ତାଣ୍ଡବ, 78 ମୃତ - ବ୍ରାଜିଲର ରିଓ ଡି ଜେନେରିଓରେ ବନ୍ୟା ବିପତ୍ତି

ବ୍ରାଜିଲରେ ପ୍ରକୃତିର ତାଣ୍ଡବ ଲୀଳା । ରିଓ ଡି ଜେନେରିଓରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ହୋଇଛି । 78 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ଥାନିୟ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ବ୍ରାଜିଲର ରିଓ ଡି ଜେନେରିଓରେ ବନ୍ୟା ବିପତ୍ତି, 78 ମୃତ
ବ୍ରାଜିଲର ରିଓ ଡି ଜେନେରିଓରେ ବନ୍ୟା ବିପତ୍ତି, 78 ମୃତ

By

Published : Feb 17, 2022, 2:14 PM IST

ବ୍ରାସିଲିଆ: ବ୍ରାଜିଲରେ ଭୟଙ୍କର ସ୍ଥିତି । ରିଓ ଡି ଜେନେରିଓରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ହୋଇଛି । 78 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଗତକାଲି(ବୁଧବାର) ଏକ ବିବୃତ୍ତି ଦେଇ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପେଟ୍ରୋପଲିସ୍ ସର୍ବାଧିକ ପ୍ରଭାବିତ ହୋଇଛି ।

ପେଟ୍ରୋପଲିସ୍ ସହରରେ ମଙ୍ଗଳବାର ଦିନ ବନ୍ୟା ପରିସ୍ଥିତି ଉପୁଜିଥିଲା । ଏବଂ ପ୍ରାୟ 400ରୁ ଊର୍ଦ୍ଧ୍ବ ଲୋକ ବାସହରା ହୋଇଯାଇଥିବା ନେଇ ରିଓ ଡି ଜେନେରିଓର ରାଜ୍ୟପାଳ କ୍ଲାଉଡିଓ କାଷ୍ଟ୍ରୋ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ୨୧ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଭାବିତ ଅଞ୍ଚଳରୁ ଆବର୍ଜନା ସଫା କରିବା ପାଇଁ ପଡୋଶୀ ରାଜ୍ୟରୁ ଭାରୀ ଯାନ ସମେତ ସମସ୍ତ ସମ୍ଭାବ୍ୟ ସହାୟତା ପାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ରାଜ୍ୟ ଅଗ୍ନିଶମ ବିଭାଗ ଏକ ବିବୃତ୍ତିରେ କହିଛି ଯେ ଉଦ୍ଧାର କାର୍ଯ୍ୟରେ ୧୮୦ ସୈନିକ ସାମିଲ ହୋଇଛନ୍ତି ।

୪୯ ବର୍ଷୀୟ ରୋସଲିନ୍ କୁମାରୀ କହିଛନ୍ତି ଏହି ତାଣ୍ଡବ ଅତ୍ୟନ୍ତ ଦୁଃଖ ଦାୟକ । ଗତକାଲି ଜଣେ ମହିଳା ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ମୋତେ ଏଠାରୁ ବାହାର କର । କିନ୍ତୁ, ଆମେ କିଛି କରିପାରିଲୁ ନଥିଲୁ । ଜଳ ଓ ମାଟିର ଆବର୍ଜନା ବୁଡ଼ି ଯାଉଥିଲା । ବିଭାଗ କହିଛି ଯେ ଏହି ଅଞ୍ଚଳକୁ ଦିନର ତିନି ଘଣ୍ଟା ମଧ୍ୟରେ ୨୫.୮ ସେମି ବର୍ଷା ହୋଇଛି ।

ଋଷ ଗସ୍ତରେ ଆସୁଥିବା ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଟ୍ୱିଟ୍ କରି କହିଛନ୍ତି ଯେ ବର୍ଷା ଦ୍ୱାରା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ ସେ ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଅଞ୍ଚଳରେ ୨୦୧୧ରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ତା’ପରେ ବର୍ଷା ହେତୁ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details