ନୂଆଦିଲ୍ଲୀ:ଆଫଗାନିସ୍ତାନରେ ଆତଙ୍କର କଳାବଦାଲ ଆହୁରି ଘନୀଭୂତ ହେବାରେ ଲାଗିଛି । ଆଜି (ସୋମବାର) ସକାଳୁ ସକାଳୁ କାବୁଲରେ ରକେଟ ହମଲା ହୋଇଛି । ସକାଳ ୬.୪୦ରେ ବିମାନ ବନ୍ଦର ନିକଟରେ ଏହି ରକେଟ ମାଡ ହୋଇଛି । ଗୋଟିଏ ଗାଡିକୁ ବ୍ୟବହାର କରି ଏହି ରକେଟ ମାଡ କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରିଛି ।
ରକେଟ ମାଡ ଫଳରେ ସମଗ୍ର ଅଞ୍ଚଳ ପୁରା ଧୂଆଁମୟ ହୋଇପଡିଛି । ଅନେକ ସ୍ଥାନରେ ନିଆଁ ଲାଗି ଥିବାବେଳେ କିଛି ଗାଡି ପୁରା ନଷ୍ଟ ହୋଇଛି । କିନ୍ତୁ ଏହି ରକେଟ ମାଡ କିଏ ଓ କାହାକୁ ଟାର୍ଗେଟ କରି କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।