ୱାସିଂଟନ: ଆମେରିକାରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ଏପଟେ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନକୁ ନେଇ ବିରୋଧ ବଢିବା ପରେ ଟେକ୍ସାସର ରାଜ୍ୟପାଳ ଗ୍ରେଗ ଆବଟ୍ଟ ଏପ୍ରିଲ 30 ରେ ଦେଶରୁ ଲକଡାଉନ ଉଠାଇ ଦେବେ ବୋଲି ସୋମବାର କହିଛନ୍ତି। ଏହାସହ ଆଗାମୀ ଦିନରେ ଏହି ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯିବ ନାହିଁ ସେ ସ୍ପଷ୍ଚ କରିଛନ୍ତି।
ବଢୁଛି ବିରୋଧ, ଏପ୍ରିଲ 30ରୁ ଟେକ୍ସାସରୁ ଉଠିବ ଲକଡାଉନ - governor-greg-abbott
ଏପ୍ରିଲ 30 ରେ ଆମେରିକାର ଟେକ୍ସାସ ସହରରୁ ଉଠିବ ଲକଡାଉନ। ଏନେଇ ରାଜ୍ୟପାଳ ଗ୍ରେଗ ଆବଟ୍ଟ ସୂଚନା ଦେଇଛନ୍ତି।
![ବଢୁଛି ବିରୋଧ, ଏପ୍ରିଲ 30ରୁ ଟେକ୍ସାସରୁ ଉଠିବ ଲକଡାଉନ lockdown](https://etvbharatimages.akamaized.net/etvbharat/prod-images/768-512-6971256-879-6971256-1588055861887.jpg)
ବଢୁଛି ବିରୋଧ, ଏପ୍ରିଲ 30ରୁ ଟେକ୍ସାରୁ ଉଠିବ ଲକଡାଉନ
ତେବେ ଆବଟ୍ଟ ଏହି ବାର୍ତ୍ତା ସୂଚାଇ ଦେଉଛି କି ଦେଶରେ ଲକଡାଉନ ଉଠାଇବା ପରେ କୋରୋନା ବିସ୍ତାରକୁ ରୋକିବା ପାଇଁ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରାଯିବ। ଆବଟ୍ଟଙ୍କ ନୂତନ ନିୟମ ଅନୁସାରେ, ରାଜ୍ୟର ଷ୍ଟୋର୍, ମଲ୍, ରେଷ୍ଟୁରାଣ୍ଟ ଏବଂ ପ୍ରେକ୍ଷାଳୟ ପରି ବ୍ୟବସାୟକୁ ଶୁକ୍ରବାର ଦିନ ଖୋଲିବାକୁ ଅନୁମତି ମିଳିବ। ଏହାସହ ଲାଇବ୍ରେରୀ ଏବଂ ସଂଗ୍ରହାଳୟ ମଧ୍ୟ ସାମିଲ ରହିଛି।
ଟେକ୍ସାସ୍ ଗଭର୍ଣ୍ଣର ଏହା ମଧ୍ୟ କହିଛନ୍ତି ଯେ ସେ ଯଥାଶୀଘ୍ର ସେଲୁନ୍, ଜିମ୍ ଏବଂ ବାର୍ ଖୋଲିବାକୁ ଚାହାଁନ୍ତି ଏବଂ ମେ ମାସ ମଧ୍ୟଭାଗରେ ଏହି ସେବାଗୁଡିକ ଆରମ୍ଭ ହେବ ବୋଲି ଆଶା ପ୍ରକଟ କରିଛନ୍ତି।