ୱାଶିଂଟନ: ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ଜାତିବାଦୀ ବୋଲି କହିଛନ୍ତି । ଟ୍ରମ୍ପଙ୍କ ଜାତିବାଦ ଏକ ପ୍ରକାର ଢାଞ୍ଚା ବୋଲି ହାରିସ କହିଛନ୍ତି । ଆମେରିକା ଜର୍ଜିଆର ମୋରେହାଉସ୍ କଲେଜରେ ଆଉଟଡୋର୍ ରାଲିରେ ସମ୍ବୋଧନ ବେଳେ ହାରିସ୍ ଏହା କହିଛନ୍ତି ।
ଟ୍ରମ୍ପଙ୍କୁ ଜାତିବାଦୀ କହିଲେ କମଲା ହାରିସ୍ - Kamala Harris
ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ଜାତିବାଦୀ ବୋଲି କହିଛନ୍ତି । ଅଧିକ ପଢନ୍ତୁ...
କମଲା ହାରିସ୍
ଜୋ ବିଡେନଙ୍କ ସାଥୀ ହାରିସ୍ କହିଛନ୍ତି, ଆମେରିକାର ଜଣେ ଏପରି ରାଷ୍ଟ୍ରପତି ଆବଶ୍ୟକ ଯିଏ ବ୍ୟବସ୍ଥିତ ଜାତିଭେଦ, ଆମେରିକାର ଇତିହାସକୁ ସ୍ବୀକୃତି ଦେବ ।
ଜର୍ଜିଆରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି, ଟ୍ରମ୍ପଙ୍କ ସହ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନଙ୍କ ସମର୍ଥକ ସମାନ ଅଛନ୍ତି । ନିର୍ବାଚନକୁ ଆଉ ଦୁଇ ସପ୍ତାହରୁ କମ୍ ସମୟ ଥିବାବେଳେ ହାରିସ୍ ଜନତାଙ୍କୁ ଭୋଟ୍ ଦେବା ସହ ନାଗରିକ ଅଧିକାର ନେତାମାନଙ୍କୁ ସମ୍ମାନିତ କରିବାକୁ ଅନୁରୋଧ କରିଥିଲେ।