ୱାଶିଂଟନ: ଚର୍ଚ୍ଚାକୁ ଆସିଛି ଆମେରିକାରେ ପୋଲିସ ହେପାଜତରେ 46 ବର୍ଷୀୟ ଆଫ୍ରିକାନ-ଆମେରିକାନ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ଖବର । ଏନେଇ ମିନିଆପୋଲିସ ସହରରେ ଗତ ତିନି ଦିନ ଧରି ବିକ୍ଷୋଭ ଜାରି ରହିଛି । ଏପରି ସ୍ଥିତିରେ ସମ୍ପୃକ୍ତ ସ୍ଥାନରୁ ସିଧାସଳଖ ବା ଲାଇଭ ପ୍ରଦର୍ଶନ ପାଇଁ ଆସଥିବା ଓମାର ଜିମେନେଜ ନାମକ ଜନୈକ ସାମ୍ବାଦିକଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ ଜର୍ଜ ଏକ ନକଲି 20 ଡଲାରର ବିଲ ମିନିଆପୋଲିସର ସୁପରମାର୍କେଟରେ ବ୍ୟବହାର କରିବା ଅଭିଯୋଗରେ ପୋଲିସ ତାଙ୍କୁ ସୋମବାର ଗିରଫ କରିଥିଲା । ଏହି ମାମଲାକୁ ଶ୍ବେତକାୟ-ଅଣଶ୍ବେତକାୟ ବର୍ଣ୍ଣଗତ ମାମଲା ନେଇ ଲୋକେ ବିକ୍ଷୋଭ ଆରମ୍ଭ କରିଥିଲେ । ଯାହାର ସିଧାପ୍ରସାରଣ ପାଇଁ ଜିମେନେଜ ବିକ୍ଷୋଭ ସ୍ଥଳରେ ପହଞ୍ଚି ଲାଇଭ ଟେଲିକାଷ୍ଟ ଆରମ୍ଭ କରିଥିଲେ । ଯେଉଁ ସ୍ଥାନରୁ ଜର୍ଜଙ୍କୁ ଗିରଫ କରଯାଇଥିଲା ସେଠାରେ ଏକ ପୋଲିସ ଷ୍ଟେସନକୁ ବିକ୍ଷୋଭକାରୀମାନେ ପୋଡି ଦେଇଥିବା ବେଳେ ଏମାନଙ୍କୁ ପୋଲିସ ଗିରଫ ପ୍ରକ୍ରିୟା ଆରମ୍ଭ କରିଥିଲା ।