ଓଡିଶା

odisha

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ବାଇଡେନ୍

By

Published : May 13, 2021, 9:20 AM IST

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଲଢେଇକୁ ନେଇ ଚିନ୍ତିତ ବିଶ୍ବ । ଅଧିକ ପଢନ୍ତୁ...

ବାଇଡେନ୍
ବାଇଡେନ୍

ୱାଶିଂଟନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଲଢେଇକୁ ନେଇ ଚିନ୍ତିତ ବିଶ୍ବ । ଏମଧ୍ୟରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଇସ୍ରାଏଲ୍ ସପକ୍ଷରେ ଠିଆ ହୋଇଛି ଓ ଖୁବ୍ ଶୀଘ୍ର ଏହି ହିଂସାର ସମାଧାନ ହେବ ବୋଲି ଆଶାବାଦୀ ରହିଛି ।

ଗଣମାଧ୍ୟମକୁ ସୂଚନା ଦେଇ ବାଇଡେନ୍ କହିଛନ୍ତି, ‘ମୁଁ ନେତାନ୍ୟାହୁଙ୍କ ସହ କଥା ହୋଇଛି । ଆଶା ଯେ ଶୀଘ୍ର ଏହି ହିଂସାର ସମାପ୍ତି ହେବ । ଇସ୍ରାଏଲ ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ବାଇଡେନ କହିଛନ୍ତି ଯେ ଆମେରିକାର କୂଟନୈତିକ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା କର୍ମଚାରୀ, ମଧ୍ୟ ପୂର୍ବରେ ଥିବା ପ୍ରତିପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି । କେବଳ ଇସ୍ରାଏଲ୍ ନୁହେଁ ଇଜିପ୍ଟ ଏବଂ ସାଉଦି ଠାରୁ ଆରମ୍ଭ କରି ଏମିରେଟ୍ସ ପର୍ଯ୍ୟନ୍ତ ମଧ୍ୟ ସମସ୍ତଙ୍କ ସହ ଯୋଗାଯୋଗ ରହିଛି।

ଏହାପୂର୍ବରୁ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଘୋଷଣା କରିଛନ୍ତି ଯେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ବ୍ୟାପାର ଦାୟିତ୍ବରେ ଥିବା ବୈଦେଶିକ ବିଭାଗର ଅଧିକାରୀ ହାଡି ଆମ୍ର ବୁଧବାର ଏହି ଅଞ୍ଚଳକୁ ଯାଇ ହିଂସାକୁ ରୋକିବାକୁ କହିଥିଲେ। ଆମେରିକାର ବରିଷ୍ଠ କୂଟନୀତିଜ୍ଞ ମଧ୍ୟ ନେତାନ୍ୟାହୁଙ୍କ ସହ କଥାବାର୍ତ୍ତା କରି ପୁଣିଥରେ ଉଭୟ ପକ୍ଷ ଯୁଦ୍ଧରୁ ଓହରିଯିବାକୁ ଦାବି କରିଛନ୍ତି।

ABOUT THE AUTHOR

...view details