ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରଚାର ଜୋରସୋରରେ ଚାଲିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ସମୟରେ ନିଜ ନିର୍ବାଚନୀ ପ୍ରଚାରରେ ଭାରତ ସହ ସମ୍ପର୍କ ମଜବୁତ କରିବା ସମ୍ପର୍କରେ ଭାଷଣ ଦିଅନ୍ତି । ତେବେ ବର୍ତ୍ତମାନ ଟ୍ରମ୍ପଙ୍କ ପଥ ଅନୁସରଣ କରୁଛନ୍ତି ଟ୍ରମ୍ପଙ୍କ ପ୍ରତିଦ୍ବନ୍ଦୀ ଡେମୋକ୍ରେଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ ।
ତେବେ ନିର୍ବାଚନୀ ପ୍ରଚାର ସମୟରେ ଜୋ ବିଡେନ କହିଛନ୍ତି, ଯଦି ସେ ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି ତାହେଲେ ଭାରତ ଏବଂ ଆମେରିକାର ସମ୍ପର୍କ ଆହୁରି ମଜବୁତ କରିବେ । ତାଙ୍କ ପ୍ରଶାସନର ପ୍ରଥମ ପ୍ରାଥମିକତା ଭାରତ ଆମେରିକା ମଧ୍ୟରେ ସମ୍ପର୍କ ବୃଦ୍ଧି ହେବ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ସେ ଭାରତକୁ ଆମେରିକାର ପ୍ରକୃତ ସାଥୀ ବୋଲି କହିଛନ୍ତି ।