ଓଡିଶା

odisha

By

Published : Dec 22, 2020, 6:40 AM IST

ETV Bharat / international

ଲାଇଭ୍‌ରେ ଟିକା ନେଲେ ବାଇଡେନ

ଲାଇଭ ଟିଭିରେ କୋରୋନା ଟିକା ନେଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ । ଫାଇଜର ଏବଂ ବାୟୋଏନଟେକ ଦ୍ବାରା ପ୍ରସ୍ତୁତ ହୋଇଥିବା ଟିକାର ପ୍ରଥମ ଡୋଜ ବାଇଡେନଙ୍କୁ ଦିଆଯାଇଛି । ଅଧିକ ପଢନ୍ତୁ...

ସର୍ବସାଧାରଣ କୋରୋନା ଟୀକା  ନେଲେ ବିଡେନ
ସର୍ବସାଧାରଣ କୋରୋନା ଟୀକା ନେଲେ ବିଡେନ

ୱାଶିଂଟନ: ବିଶ୍ବରେ କୋରୋନାର ନୂଆ ରୂପ ସାଙ୍ଘାତିକ ହେବାରେ ଲାଗିଛି । ୟୁରୋପ, ଅଷ୍ଟ୍ରେଲିଆର କେତେକ ଦେଶରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ସେପଟେ, ଆଜି ସର୍ବସାଧାରଣରେ ଟିକା ନେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ । ଯାହାକୁ ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଛି ।

ଲାଇଭ ଟିଭିରେ ଭ୍ୟାକସିନ ନେଇ ଜୋ ବାଇଡେନ ଆମେରିକାବାସୀଙ୍କୁ ଟିକାକରଣ ନିରାପତ୍ତା ଉପରେ ଆଶ୍ବାସନା ଦେଇଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଯାବତ ଟିକା ଗ୍ରହଣ କରିନାହାଁନ୍ତି ।

ଡିଲେୱେର ଖ୍ରୀଷ୍ଟିଆନ କେୟାର ହସ୍ପିଟାଲର ଜଣେ ନର୍ସ ପ୍ରାକ୍ଟିସିଆର ଫାଇଜର ଏବଂ ବାୟୋଏନଟେକ ଦ୍ବାରା ପ୍ରସ୍ତୁତ ହୋଇଥିବା ଟିକାର ପ୍ରଥମ ଡୋଜ ବାଇଡେନଙ୍କୁ ଦେଇଛନ୍ତି । କୋରୋନା ଯୋଗୁଁ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏହାର ଦୃଢ ମୁକାବିଲା ପାଇଁ ଟ୍ରମ୍ପ ପ୍ରଶାସନଙ୍କ ଦ୍ବାରା ଭ୍ୟାକସିନ ତୁରନ୍ତ ଆସିପାରିଛି । ଫଳରେ ନର୍ସ ଜଣକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଥାଉକି, ଆମେରିକାର ରାଜନୈତିକ ନେତାମାନଙ୍କ ମଧ୍ୟରେ ପ୍ରଥମେ ଉପରାଷ୍ଟ୍ରପତି ମାଇକ ପେନ୍ସ ଟିକା ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details