ୱାସିଂଟନ୍: ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଏବଂ ତାଙ୍କ ସାଥୀ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ଆଗାମୀ ନଭେମ୍ବର 3 ନିର୍ବାଚନ ପାଇଁ ଜୋରସୋରରେ ଅଣ୍ଟା ଭିଡିଛନ୍ତି। ତେବେ ନିର୍ବାଚନୀ ମାହୋଲ ବର୍ତ୍ତମାନ ସରଗରମ ଥିବା ବେଳେ ଦେଶରେ କୋରୋନା ସ୍ଥିତି ମଧ୍ୟ ସଙ୍ଗୀନ। ଏଭଳି ସ୍ଥିତିରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ପ୍ରାର୍ଥୀ ପ୍ରଚାର ଅଭିଯାନ ପାଇଁ ରୁଟିନ କୋରୋନା ଭାଇରସ୍ ପରୀକ୍ଷା କରିବେ ବୋଲି ସୋମବାର ସୂଚନା ଦେଇଛନ୍ତି।
100 ବର୍ଷର ସବୁଠାରୁ ଖରାପ ଜନସ୍ୱାସ୍ଥ୍ୟ ସଙ୍କଟ ସମୟରେ ଟ୍ରମ୍ପଙ୍କ ବିପର୍ଯ୍ୟସ୍ତ ପରିଚାଳନା ଉପରେ ପୃଷ୍ଠାକୁ ବଦଳାଇବା ପାଇଁ ଜୋ ବିଡେନ ଏବଂ କମଲା ହାରିସଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ଏହି ଘୋଷଣା ହେଉଛି ବୋଲି ବିଡେନ ମୁଖପାତ୍ର ଆଣ୍ଡ୍ରିୟୁ ବେଟ୍ସ କହିଛନ୍ତି। ବିଡେନଙ୍କୁ ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇଛି କି ବୋଲି ପଚରାଯିବାରୁ ବେଟ୍ସ ସୋମବାର ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ଏହାସହ ଯେଉଁ କର୍ମଚାରୀମାନେ ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରିବେ ସେମାନଙ୍କ ମଧ୍ୟ ନିୟମିତ ପରୀକ୍ଷା କରାଯିବ।