ଓଡିଶା

odisha

By

Published : Nov 6, 2020, 5:03 PM IST

ETV Bharat / international

ବାଜି ପଲଟାଇଲେ ବିଡେନ, ଜର୍ଜିଆରେ ଐତିହାସିକ ଲିଡ୍‌

ଜର୍ଜିଆରେ ବଡ ଓଲଟପାଲଟ ନେଇ ସାମ୍ନାକୁ ଆସୁଛି ଖବର । ଜର୍ଜିଆରେ ଜୋ ବିଡେନ ପାଖାପାଖି 1 ହଜାର ଭୋଟରେ ଆଗରେ ଅଛନ୍ତି । ଅଧିକ ପଢନ୍ତୁ..

ବାଜି ପଲଟାଇଲେ ବିଡେନ, ଜର୍ଜିଆରେ ଐତିହାସିକ ଲିଡ୍‌
ବାଜି ପଲଟାଇଲେ ବିଡେନ, ଜର୍ଜିଆରେ ଐତିହାସିକ ଲିଡ୍‌

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାହାର ବିଜୟ ହେବ ଏନେଇ ଜାରି ରହିଛି ସସପେନ୍ସ । ତେବେ ଏହାରି ମଧ୍ୟରେ ଜର୍ଜିଆରେ ବଡ ଓଲଟପାଲଟ ନେଇ ସାମ୍ନାକୁ ଆସୁଛି ଖବର । ବର୍ତ୍ତମାନ ସୁଦ୍ଧା ଏଠାରୁ ଡୋନାଲ୍ଡ ଟ୍ରମ୍ପ ଆଗରେ ଚାଲିଆସୁଥିବା ବେଳେ ଏବେ ଜୋ ବିଡେନ ଟ୍ରମ୍ପଙ୍କୁ ପଛରେ ପକାଇ ଲିଡରେ ଅଛନ୍ତି ।

ଜର୍ଜିଆରେ ଜୋ ବିଡେନ ପାଖାପାଖି 1 ହଜାର ଭୋଟରେ ଆଗରେ ଅଛନ୍ତି । ଏଠାରେ 99 ପ୍ରତିଶତ ଭୋଟ ଗଣତି ହୋଇସାରିଛି । ଯଦି ବିଡେନ ଏଠାରୁ ବିଜୟ ହାସଲ କରୁଛନ୍ତି, ତାହେଲେ ତାଙ୍କୁ 16 ଇଲେକ୍ଟୋରାଲ ଭୋଟ ମିଳିବ ।

ଜୋ ବିଡେନ-2,449,371 (49.39%)

ଡୋନାଲ୍ଡ ଟ୍ରମ୍ପ- 2,448,454 (49.37%)

16 ଇଲେକ୍ଟୋରାଲ ଭୋଟ ବିଶିଷ୍ଟ ଜର୍ଜିଆରେ ବିଡେନ ଐତିହାସିକ ଲିଡ ହାସଲ କରିଛନ୍ତି। ଯଦି ବିଡେନ ଏହି ଲିଡ ବଜାୟ ରଖନ୍ତି, ତେବେ ସେ ଏଠାରେ ନିର୍ବାଚନରେ ​​ଜିତିବେ। ଅଧିକାଂଶ ପ୍ରମୁଖ ଟେଲିଭିଜନ ନେଟୱାର୍କ ଅନୁଯାୟୀ, ଅନେକ ରାଜ୍ୟରେ ଟ୍ରମ୍ପଙ୍କ 213 ଭୋଟ ତୁଳନାରେ 264 ଭୋଟରେ ବିଡେନ ଆଗରେ ଅଛନ୍ତି। ଏହା ସହିତ ସେ କ୍ରମାଗତ ଭାବରେ ମେଜିକ ମାର୍କ ଆଡକୁ ଆଗେଇ ଚାଲିଥିବା ଦେଖିବାକୁ ଜଣାପଡିଛି ।

ଅନ୍ୟପକ୍ଷେ ନେଭାଦାରେ ବର୍ତ୍ତମାନ କୌଣସି ବି ଆକଳନ ଭୁଲ ସାବ୍ୟସ୍ତ ହୋଇପାରେ, କାରଣ ଏଠାରେ ଭୋଟ ଗଣନା ଆଗାମୀ ଅନେକ ଦିନ ପର୍ଯ୍ୟନ୍ତ ଜାରି ରହିବ । ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ଏଠାରେ ବିଡେନ 1 ପ୍ରତିଶତରୁ କମ ଭୋଟରେ ଟ୍ରମ୍ପଙ୍କ ଠାରୁ ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ଏଠାରେ 1.2 ମିଲିୟନରୁ ଅଧିକ ଭୋଟ ଗଣନା ସରିଛି ।

ABOUT THE AUTHOR

...view details