ଓ୍ବାଶିଂଟନ:ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ଅଳ୍ପ ଦିନ ମଧ୍ୟରେ ରୁଷ ୟୁକ୍ରେନ ଆକ୍ରମଣ କରିବା କଥାକୁ ପୁଣି ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଯୁଦ୍ଧ ଆଶଙ୍କାକୁ ନେଇ ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି । ବାଇଡେନ କହିଛନ୍ତି ଯୁଦ୍ଧ ପାଇଁ କେବଳ ପୁଟିନ ହିଁ ଉତ୍ତରଦାୟୀ ରହିବେ।
ରୁଷିଆ-ୟୁକ୍ରେନ ପରିସ୍ଥିତି ସଂକ୍ରାନ୍ତରେ କହିବା ବେଳେ ବାଇଡେନ କହିଛନ୍ତି ଯେ, ରୁଷର ଯୋଜନା ବିଷୟରେ ଆମେ ଅନବରତ ଖବର ଦେଇ ଆସୁଛୁ । ଏହାର ଅର୍ଥ ନୁହେଁ ଯେ, ଆମେ ଯୁଦ୍ଧ ଚାହୁଁ । ବରଂ ଆମ ସାଧ୍ୟ ମତେ ଯୁଦ୍ଧ ଏଡ଼ାଇବାକୁ ଚାହୁଁଛୁ । ଯୁଦ୍ଧରୁ ବିରତ ରହି ୟୁକ୍ରେନ ଆକ୍ରମଣ କରିବାର କାରଣ ପ୍ରତିପାଦନ ପାଇଁ ରୁଷକୁ ବୁଝାଉଛୁ ।