ନୂଆଦିଲ୍ଲୀ: ଇ-କମର୍ସ ଦୁନିଆର ସବୁଠାରୁ ବଡ ବଜାର ଆମାଜନର ସିଇଓ ପଦରୁ ଇସ୍ତଫା ଦେଲେ ଜେଫ ବେଜୋସ । ଚଳିତ ବର୍ଷ ସେ ନିଜ କମ୍ପାନୀର ସିଇଓ ପଦବୀ ଛାଡିବେ ବୋଲି ଘୋଷଣା କରିଛନ୍ତି । ଏନେଇ ସେ ଚିଠି ଲେଖି ନିଜ କର୍ମଚାରୀଙ୍କୁ ଅବଗତ କରାଇଛନ୍ତି ।
ଆମାଜନ ସିଇଓ ପଦରୁ ଇସ୍ତଫା ଦେବେ ଜେଫ ବେଜୋସ - ଆମାଜନ ମାଲିକ ଜେଫ ବୋଜେସ
ଆମାଜନର ସିଇଓ ପଦରୁ ଇସ୍ତଫା ଦେବେ ଜେଫ ବେଜୋସ । ଚଳିତ ବର୍ଷ ସେ ନିଜ କମ୍ପାନୀର ସିଇଓ ପଦବୀ ଛାଡିବେ ବୋଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...
ବୋଜେସ ପ୍ରାରମ୍ଭିକ ସମୟରେ ଆମାଜନକୁ ଏକ ଷ୍ଟାଟଅପ ଭାବରେ ଶୁଭାରମ୍ଭ କରିଥିଲେ । ଯାହା ଆଜି ଇ-କମର୍ସ ଦୁନିଆରେ ଏକ ଝଡ ସୃଷ୍ଟି କରିପାରିଛି । ଏହା ସହ ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ବୋଜେସଙ୍କ ନାଁ ସାମିଲ ହୋଇପାରିଛି । ସେପଟେ, ବେଜୋସଙ୍କ ସ୍ଥାନରେ ଆଣ୍ଡି ଜେସି ସମ୍ଭାଳିବେ ସିଇଓ ପଦ । ବର୍ତ୍ତମାନ ଆଣ୍ଡି ଆମାଜନର ୱେବ ସର୍ଭିସେସର ପ୍ରମୁଖ ଅଛନ୍ତି । ବୋଜେସଙ୍କ ଏହି ଘୋଷଣା ପରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଆଣ୍ଡି ଜୋସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଯୋଗ୍ୟ, 1994ରେ 57 ବର୍ଷୀୟ ବେଜୋସ ନିଜ ଗ୍ୟାରେଜରୁ ଆମାଜାନ ଆରମ୍ଭ କରିଥିଲେ । ଅନଲାଇନ ରିଟେଲରେ ଏବେ ଆମାଜନ ସବୁଠାରୁ ବଡ ନାଁ କମେଇ ସାରିଛି । ଆମାଜନ ବର୍ତ୍ତମାନ ଗ୍ରୋସରୀ, ଷ୍ଟ୍ରିମିଂ ସେବା, ଟିଭି, କ୍ଲାଉଡ କମ୍ପ୍ୟୁଟିଂ, ରୋବୋଟିକ୍ସ, କୃତ୍ରିମ ବୁଦ୍ଧିମତା ସହିତ ଅନେକ କ୍ଷେତ୍ରରେ ପ୍ରବେଶ କରିଛି । ବୋଜୋସ ଆମାଜନ,ଅନଲାଇନ୍ ରିଟେଲରେ ସବୁଠାରୁ ବଡ ନାମ | ବେଜୋସ୍ ଆମାଜନ ବ୍ୟତୀତ ୱାଶିଂଟନ ପୋଷ୍ଟ ଖବରକାଗଜ ଏବଂ ଘରୋଇ ସ୍ପେସ୍ କମ୍ପାନୀ ବ୍ଲୁ ଅରିଜିନ୍ ର ମାଲିକ ଅଟନ୍ତି |