ୱାଶିଂଟନ: ଆମାଜନ୍ ସିଇଓ ଜେଫ୍ ବେଜୋସ୍ ବର୍ତ୍ତମାନ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କଠାରୁ ଦୁଇଗୁଣ ଧନୀ ହୋଇଛନ୍ତି । ବେଜୋସଙ୍କ ସମ୍ପତ୍ତି ଚଳିତ ବର୍ଷ ଆରମ୍ଭରୁ ବୃଦ୍ଧି ପାଇଥିଲା । ଏବଂ ବର୍ତ୍ତମାନ ତାଙ୍କର ସମ୍ପତ୍ତି ମୂଲ୍ୟ 140 ବିଲିୟନ ଡଲାର ରହିଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଜୁକରବର୍ଗଙ୍କ ଦ୍ବିଗୁଣ ଯିଏ 70 ବିଲିୟନ ଡ଼ଲାରରେ ପହଞ୍ଚିଛି ।
ଫେସବୁକ ସିଇଓଙ୍କ ଠାରୁ ଧନୀ ଆମାଜନ ସିଇଓ - ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ
ଏହି ଘଡିସନ୍ଧି ମୂହୂର୍ତ୍ତରେ ଅନେକ କମ୍ପାନୀ କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି । ଯେତେବେଳେ କି ଆମାଜନ୍ ସିଇଓ ଜେଫ୍ ବେଜୋସ୍ ବର୍ତ୍ତମାନ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କଠାରୁ ଦୁଇଗୁଣ ଧନୀ ହୋଇଛନ୍ତି ।
ଏହି ଘଡିସନ୍ଧି ମୂହୂର୍ତ୍ତରେ ଅନେକ କମ୍ପାନୀ କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି । ଯେତେବେଳେ କି ବେଜୋସ୍ ଅଳ୍ପ କିଛି ବିଲିୟନେୟାରଙ୍କ ମଧ୍ୟରୁ ଜଣେ, ଯାହାର ସମ୍ପତ୍ତି କୋଭିଡ୍ -19 ମହାମାରୀ ଆରମ୍ଭରୁ ବୃଦ୍ଧି ପାଇଛି । ଏହି ତାଲିକାରେ ଏଲୋନ୍ ମସ୍କ ଏବଂ ଜୁମ୍ ର ଏରିକ୍ ୟୁଆନ୍ ମଧ୍ୟ ଯୋଡି ହୋଇଛନ୍ତି । ଯାହାର ସମୁଦାୟ ମୂଲ୍ୟ ଏହି ସମୟ ମଧ୍ୟରେ ବୃଦ୍ଧି ପାଇଛି ।
2020 ଆରମ୍ଭରୁ ବେଜୋସ୍ ତାଙ୍କର ସମ୍ପତ୍ତି 25 ବିଲିୟନ ଡ଼ଲାରରେ ବୃଦ୍ଧି ପାଇଥିବାର କହିଛନ୍ତି । ଏବଂ ଏହା ତାଙ୍କୁ ବିଲ୍ ଗେଟ୍ସଙ୍କ ଠାରୁ 35 ମିଲିୟନ୍ ଡଲାର୍ ଆଗରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି କରିପାରିଛି । ବ୍ଲୁମବର୍ଗର 100 ବିଲିୟନେୟାର ତାଲିକାରେ ଜୁକରବର୍ଗ ପଞ୍ଚମ ସ୍ଥାନରେ ରହିଛନ୍ତି । 2020 ଆରମ୍ଭରୁ ଫେସବୁକ୍ ସିଇଓଙ୍କର 8.4 ବିଲିୟନ ଡ଼ଲାର୍ ହ୍ରାସ ପାଇଛି ।