ୱାଶିଂଟନ:କୋରୋନା ମହାମାରୀ ସହିତ ଲଢେଇ କରୁଛି ସମଗ୍ର ଭାରତ । ଏନେଇ ଭାରତକୁ ବିଭିନ୍ନ ଦେଶ ସହଯୋଗର ହାତ ବଢାଇଛି । ବୁଧବାର ଆମେରିକାର 4ଟି ସାମରିକ ବିମାନ ମେଡିକାଲ ସାମଗ୍ରୀ ନେଇ ଭାରତରେ ପହଞ୍ଚିଛି । ସାମରିକ ବିଭାଗର ଏହି କାର୍ଯ୍ୟକୁ ସଂମ୍ପୂକ୍ତ ସମସ୍ତଙ୍କ ବୀରତ୍ବ ପ୍ରୟାସ ବୋଲି କହିଛନ୍ତି ୟୁଏସ ପ୍ରତିରକ୍ଷା ସଚିବ ଲୋଡ ଅଷ୍ଟିନ ।
ଭାରତ ବର୍ତ୍ତମାନ କୋରୋନା ମହାମାରୀ ସହିତ ଲଢେଇ କରୁଛି । ଫଳରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ କ୍ଷୂର୍ଣ୍ଣ ହୋଇଛି । ଆମେରିକାର ପ୍ରତିରକ୍ଷା ସଚିବ କହିଛନ୍ତି, ଏ ପର୍ଯ୍ୟନ୍ତ ଭାରତକୁ 545 ଅକ୍ସିଜେନ କନସେଣ୍ଟ୍ରେଟର, 1,600,300 ଏନ95 ମାସ୍କ, 457 ଅକ୍ସିଜେନ ସିଲିଣ୍ଡର,440 ରେଗୁଲେଟର ଓ 220ରୁ ଅଧିକ ଅକ୍ସିମିଟର ପଠାଇସାରିଛି । ଏହି କାର୍ଯ୍ୟ ସମସ୍ତଙ୍କ ପ୍ରୟାସରେ ହୋଇଛି ବୋଲି କହିଛନ୍ତି ପ୍ରତିରକ୍ଷା ସଚିବ ଲୋଡ ଅଷ୍ଟିନ ।