ଓ୍ବାଶିଂଟନ:ଆମେରିକର ସ୍ପେଶାଲ ଫୋର୍ସର ଏକ ଅପରେସନରେ ଟପ ଆତଙ୍କୀ ସଂଗଠନ ISIS ମୁଖ୍ୟ ନିହତ ହୋଇଛି । ଆଜି ସିରିଆର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଆମେରିକା ସ୍ପେଶାଲ ଫୋର୍ସ ପକ୍ଷରୁ ଲଞ୍ଚ କରାଯାଇଥିବା ଅପରେସନରେ ISIS ମୁଖ୍ୟଆବୁ ଇବ୍ରାହିମ ଅଲ-ହାସିମି ଅଲ-କୁରେଶିର ମୃତ୍ୟୁୁ ହୋଇଥିବା ହୋଇଛି । ଅପରେସନର ସଫଳତା ନେଇ ଆଜି (ଗୁରୁବାର) ଘୋଷଣା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ।
ବାଇଡେନ କହିଛନ୍ତି ଏହି ଅଭିଯାନ ଆମେରିକା ସ୍ପେଶାଲ ଫୋର୍ସର କମାଣ୍ଡୋମାନେ ସାମିଲ ହୋଇଥିଲେ । ଅପରେସନ ସଫଳ ହେବା ସହ ଆତଙ୍କୀକୁ ନିହତ କରିବାରେ ସେମାନେ ସଫଳ ହୋଇଛନ୍ତି । ଅପରେସନରେ ସାମିଲ ସ୍ପେଶାଲ ଫୋର୍ସର ସମସ୍ତ କମାଣ୍ଡୋ ସୁରକ୍ଷିତ ଫେରିଛନ୍ତି । ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବି ଏହା ପୂର୍ବରୁ ଗୁରୁବାର ହୋଇଥିବା ଆକ୍ରମଣକୁ ଏକ ଆତଙ୍କବାଦ ନିରୋଧୀ ମିଶନ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏଥିରେ କୌଣସି ଆମେରିକୀୟ ଆହତ ହୋଇନାହାଁନ୍ତି ବୋଲି ଦର୍ଶାଇଛନ୍ତି । 2019 ମସିହାରେ ଆମେରିକାର ସ୍ପେଶାଲ ଫୋର୍ସର ଆକ୍ରମଣରେ ISISର ପ୍ରତିଷ୍ଠାତା ଆବୁ ବକର୍ ଅଲ-ବାଗଦାଦୀର ନିଧନ ପରେ ଆବୁ ଇବ୍ରାହିମ ଅଲ-ହାସିମି ଅଲ-କୁରେଶି ସର୍ବେଚ୍ଚ ନେତା ଭାବେ ଦାୟିତ୍ବ ନେଇଥିଲା ।