ଓଡିଶା

odisha

ETV Bharat / international

ଡିଏନସି ସିଇଓ ପଦ ଛାଡିବେ ଭାରତୀୟ ବଂଶୋଦ୍ଭବ ସୀମା ନନ୍ଦା - ସୀମା ନନ୍ଦା

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ସୀମା ନନ୍ଦା ନିକଟରେ କରିଛନ୍ତି ଏକ ଚାଞ୍ଚଲ୍ୟକର ଘୋଷଣା । ଡେମୋକ୍ରାଟିକ ନ୍ୟାସନାଲ କମିଟି (ଡିଏନସି)ର ସିଇଓ ପଦ ସେ ଛାଡିବା କଥା ନିଜ ଟ୍ବିଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି ।

indo-american seema nanda, seema nanda, dnc ceo seema nanda, democratic national committee, ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ସୀମା ନନ୍ଦା, ଡିଏନସି ସିଇଓ ସୀମା ନନ୍ଦା, ସୀମା ନନ୍ଦା, ଡେମୋକ୍ରାଟିକ ନ୍ୟାସନାଲ କମିଟି
ଡିଏନସି ସିଇଓ ପଦ ଛାଡିବେ ଭାରତୀୟ ବଂଶୋଦ୍ଭବ ସୀମା ନନ୍ଦା

By

Published : Apr 26, 2020, 9:32 PM IST

ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ସୀମା ନନ୍ଦା ନିକଟରେ କରିଛନ୍ତି ଏକ ଚାଞ୍ଚଲ୍ୟକର ଘୋଷଣା । ଡେମୋକ୍ରାଟିକ ନ୍ୟାସନାଲ କମିଟି (ଡିଏନସି)ର ସିଇଓ ପଦ ସେ ଛାଡିବା କଥା ନିଜ ଟ୍ବିଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି । ବୋଷ୍ଟନ କଲେଜ ଲ’ ସ୍କୁଲ ଓ ବ୍ରାଉନ ୟୁନିଭର୍ସିଟିରୁ ଶିକ୍ଷାଲାଭ କରି ସେ ଜୁନ 2018ରେ ଡିଏନସିର ସିଇଓ ଭାବେ ଦାୟିତ୍ବ ନେଇଥିଲେ ।

ମ୍ୟାରୀ ବେଥ କ୍ୟାହିଲଙ୍କ ଉତ୍ତରାଧିକାରୀ ଭାବେ ସେ ଏହି ପଦବୀର ଭାର ଗ୍ରହଣ କରିଥିଲେ । ଦାୟିତ୍ବ ଗ୍ରହଣର 2 ବର୍ଷ ମଧ୍ୟରେ ସ୍ଥାପନ କରିଥିବା ଆଧିପତ୍ୟ ପାଇଁ ନିଜକୁ ଗର୍ବିତ ଅନୁଭବ କରୁଥିବା କହି ସେ ଏହି ପଦବୀ ଛାଡୁଥିବା ପ୍ରକାଶ କରିଥିଲେ । ଅଧିକ ସୂଚନା ଦେଇ ସେ କହିଛନ୍ତି କି ଲୋକତନ୍ତ୍ର ପାଇଁ ତାଙ୍କର ଲଢେଇ ଜାରି ରହିବ । ତେବେ ଏହି ନିଷ୍ପତ୍ତି ପଛର ପ୍ରକୃତ କାରଣକୁ ଗୋପନ ରଖିବା ସହ ତାଙ୍କର ଆଗାମୀ ପଦକ୍ଷେପକୁ ମଧ୍ୟ ସୀମା ରହସ୍ୟ ଘେରରେ ରଖିଛନ୍ତି ।

ପ୍ରକାଶ ଯେ କ୍ୟାରିୟରର ପ୍ରାରମ୍ଭିକ ଦିନମାନଙ୍କରେ ଡିଏନସି ଚେୟାରମ୍ୟାନ ଟମ ପେରେଜଙ୍କ ସହଯୋଗରେ ସେ ଅନେକ ଦିନ କାର୍ଯ୍ୟ ଶିଖିଥିଲେ । ଉଭୟେ ଏକାଠି ତତ୍‌କାଳୀନ ପ୍ରଧାନମନ୍ତ୍ରୀ ବାରାକ ଓବାମାଙ୍କ ସମୟରେ ଶ୍ରମ ବିଭାଗ ପାଇଁ କାର୍ଯ୍ୟ ମଧ୍ୟ କରିଥିଲେ । ଚଳିତବର୍ଷ ନଭେମ୍ବରରେ ପ୍ରେସିଡେନ୍ସିଆଲ ନିର୍ବାଚନ ପରେ ପେରେଜଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଥିବା ବେଳେ 2018 ମସିହାରେ ମିଳିଥିବା ସୁଯୋଗକୁ ସୀମା ଏକ ସ୍ବର୍ଣ୍ଣିମ ସୁଯୋଗ ବୋଲି କହି ଦାୟିତ୍ବ ଗ୍ରହଣ କରିଥିଲେ ।

ABOUT THE AUTHOR

...view details