ଓଡିଶା

odisha

ETV Bharat / international

ଜାତିସଂଘର ବଡ ବୟାନ, ଭାରତର ଟିକା ଉତ୍ପାଦନ କ୍ଷମତା ବିଶ୍ବର ସର୍ବଶ୍ରେଷ୍ଠ ସମ୍ପତ୍ତି - ଜାତିସଂଘ ବୟାନ

ବର୍ତ୍ତାମାନ ସମୟରେ ଭାରତର ଟିକା ଉତ୍ପାଦନ କ୍ଷମତା ବିଶ୍ବ ପାଇଁ ଏକ ଆଶ୍ବସ୍ତି ବୋଲି କହିଛନ୍ତି ଜାତିସଂଘର ସାଧାରଣ ସମ୍ପାଦକ ଆଣ୍ଟୋନିଓ ଗୁଟ୍ରସ । ସେ କହିଛନ୍ତି ଭାରତ ବର୍ତ୍ତାମାନ ସମୟରେ ବିଶ୍ବର ସବୁଠୁ ଅଧିକ ଟିକା ଉତ୍ପାଦନକାରୀ ରାଷ୍ଟ୍ର ଭାବେ ତାର କାର୍ଯ୍ୟ ଜାରି ରଖିଛି । ଅଧିକ ପଢନ୍ତୁ...

ଜାତିସଂଘର ବଡ ବୟାନ, ଭାରତର ଟିକା ଉତ୍ପାଦନ କ୍ଷମତା ବିଶ୍ବର ସର୍ବଶ୍ରେଷ୍ଠ ସମ୍ପତ୍ତି
ଜାତିସଂଘର ବଡ ବୟାନ, ଭାରତର ଟିକା ଉତ୍ପାଦନ କ୍ଷମତା ବିଶ୍ବର ସର୍ବଶ୍ରେଷ୍ଠ ସମ୍ପତ୍ତି

By

Published : Jan 29, 2021, 4:51 AM IST

ନୂଆଦିଲ୍ଲୀ : କୋଭିଡ ମୁକାବିଲା କ୍ଷେତ୍ରରେ ଭାରତକୁ ଜାତିସଂଘର ପ୍ରଶଂସା । ବର୍ତ୍ତାମାନ ସମୟରେ ଭାରତର ଟିକା ଉତ୍ପାଦନ କ୍ଷମତା ବିଶ୍ବ ପାଇଁ ଏକ ଆଶ୍ବସ୍ତି ବୋଲି କହିଛନ୍ତି ଜାତିସଂଘର ସାଧାରଣ ସମ୍ପାଦକ ଆଣ୍ଟୋନିଓ ଗୁଟ୍ରସ । ସେ କହିଛନ୍ତି ଭାରତ ବର୍ତ୍ତାମାନ ସମୟରେ ବିଶ୍ବର ସବୁଠୁ ଅଧିକ ଟିକା ଉତ୍ପାଦନକାରୀ ରାଷ୍ଟ୍ର ଭାବେ ତାର କାର୍ଯ୍ୟ ଜାରି ରଖିଛି । ନିଜ ଦେଶ ଛଡା ପଡୋଶୀ ଦେଶକୁ ମଧ୍ୟ ଟିକା ଯୋଗାଣରେ ଏକ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିଛି ଭାରତ ।ବର୍ତ୍ତାମାନ ସମୟରେ ବିଶ୍ବ ଏହା ଅନୁଭବ କରିବା ଆବଶ୍ୟକ ଯେ ଭାରତରେ ଥିବା ଉତ୍ପାଦନ କ୍ଷମତା ସମଗ୍ର ବିଶ୍ବ ପାଇଁ କେତେ ଜରୁରୀ ।

ସାରା ବିଶ୍ବରେ ଟୀକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଭାରତରେ ବିଶ୍ବର ସର୍ବବୃହତ ଟୀକାକରଣ ଅଭିଯାନ ଜାରି ରହିଛି । ଜାନୁଆରୀ 16ରେ ଭାରତରେ ଟୀକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଥମ 6 ଦିନ ମଧ୍ୟରେ ଦେଶରେ 1 ମିଲିୟନରୁ ଉର୍ଦ୍ଧ୍ବ ଆଗ ଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରିଛି ଭାରତ । ଯାହାର ସଂଖ୍ୟା ଅନ୍ୟ ଦେଶ ତୁଳନାରେ ବେସ ଆଗୁଆ ବୋଲି ଜଣା ପଡିଛି । ଦେଶରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ 3 କୋଟି କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯିବାର ଲକ୍ଷ ରଖାଯାଇଥିବା ବେଳେ ଦିତ୍ବୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋବାକୁ ଯାଉଛି ।

କେବଳ ସେତିକି ନୁହେଁ ଟିକା ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ମଧ୍ୟ ଭାରତ ବେସ ସକ୍ରିୟ ଭୂମିକା ଗ୍ରହଣ କରିଛି । ପଡୋଶୀ ଦେଶଗୁଡିକର ଅନୁରୋଧ ରକ୍ଷାକରି ସେମାନଙ୍କ ନିକଟକୁ ମଧ୍ୟ ଟିକା ଯେଗାଣ ଜାରି ରଖିଛି ଭାରତ । ତେବେ ଭାରତରେ ପ୍ରସ୍ତୁତ ଟିକା ଗ୍ରହଣ କରିବା ପାଇଁ ଅନ୍ୟ ଦେଶ ମାନେ ମଧ୍ୟ ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳୁଛି ।

ABOUT THE AUTHOR

...view details