ୱାଶିଂଟନ: ଆମେରିକାରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଆମେରିକାରେ ରହୁଥିବା ଭାରତୀୟ, ଭାରତର ଦୂତାବାସ ଆଗରେ ଜାତୀୟ ପତାକା ଉଡାଇ 71 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ୱାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସ ସାମ୍ନାରେ ରବିବାର ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।
ଆମେରିକାରେ ପ୍ରବାସୀ ଭାରତୀୟ ପାଳିଲେ ସାଧାରଣତନ୍ତ୍ର ଦିବସ
ଆମେରିକାରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଆମେରିକାରେ ରହୁଥିବା ଭାରତୀୟ, ଭାରତର ଦୂତାବାସ ଆଗରେ ଜାତୀୟ ପତାକା ଉଡାଇ 71 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି ।
ଆମେରିକାରେ ପ୍ରବାସୀ ଭାରତୀୟ ପାଳିଲେ ସାଧାରଣତନ୍ତ୍ର ଦିବସ
ତେବେ ଏହି ସମୟରେ କିଛି ଖଲିସ୍ତାନ ସମର୍ଥକ ଭାରତ ବିରୋଧୀ ନାରା ଲଗାଉଥିବାବେଳେ ପ୍ରବାସୀ ଭାରତୀୟ ମାନେ ସେହିଠାରେ ହିଁ ସାଧାରଣତନ୍ତ୍ର ଦିବସ ପାଳନ କରିବା ସହ ଦେଶ ପ୍ରତି ନିଜର ଭଲପାଇବା ଦର୍ଶାଇଛନ୍ତି ।
ଦୂତାବାସ ସାମ୍ନାରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ସମୟରେ 10ରୁ 12 ଜଣ ଖଲିସ୍ତାନ ସମର୍ଥକ ଭାରତ ବିରୋଧୀ ନାରା ଲଗାଇଥିଲେ । ଏହାସହ ଜାତୀୟ ପତାକା ଓ ଭାରତର ସମ୍ବିଧାନକୁ ଜଳାଇବାକୁ ଉଦ୍ୟମ କରିଥିଲେ ।