ଓଡିଶା

odisha

ETV Bharat / international

ଭାରତ-ଚୀନ ସୀମା ସଙ୍ଘର୍ଷ, ସମାଧାନ ପାଇଁ ଟ୍ରମ୍ଫଙ୍କ ପ୍ରଚେଷ୍ଟା ଆରମ୍ଭ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କହିଛନ୍ତି ଯେ ଆମେରିକା ପୂର୍ବ ଲଦାଖର ଗାଲୱାନ ଉପତ୍ୟକାରେ ସୀମା ଷ୍ଟାଣ୍ଡ ସହିତ ଭାରତ ଏବଂ ଚୀନ୍ ସହ କଥାବାର୍ତ୍ତା କରୁଛି ଯେଉଁଠାରେ ଉଭୟ ଦେଶର ସୈନ୍ୟବାହିନୀ ଆକ୍ରମଣ କରିଛନ୍ତି।

ଭାରତ-ଚୀନ ସୀମା ବିବାଦ, ସମାଧାନ ପାଇଁ ଟ୍ରମ୍ଫଙ୍କ ପ୍ରଚେଷ୍ଟା ଆରମ୍ଭ
ଭାରତ-ଚୀନ ସୀମା ବିବାଦ, ସମାଧାନ ପାଇଁ ଟ୍ରମ୍ଫଙ୍କ ପ୍ରଚେଷ୍ଟା ଆରମ୍ଭ

By

Published : Jun 21, 2020, 12:56 PM IST

ୱାଶିଂଟନ: ଭାରତ ଓ ଚୀନ ମଧ୍ୟରେ ଉପୁଜିଥିବା ସୀମା ବିବାଦ ଧୀରେ ଧୀରେ ବିସ୍ଫୋରକ ସ୍ଥିତି ଆଡକୁ ମୁହାଁଉଛି। ପୂର୍ବ ଲଦାଖ ଓ ଗଲୱାନ ଘାଟିରେ ଦୁଇ ସେନା ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷରେ ଭାରତର 20 ଯବାନ ଶହୀଦ ହୋଇଛନ୍ତି।

ଏହାପରେ ଭାରତ ପକ୍ଷରୁ ଯୁଦ୍ଧ ପ୍ରାୟ ପ୍ରସ୍ତୁତି ଜୋରସୋର ଆରମ୍ଭ ହୋଇଥିବା ବେଳେ ସରକାର ମଧ୍ୟ ଆକ୍ସନ ମୁଡରେ ସୀମା ବିବାଦରେ ଚୀନର କୌଣସି ହରକତ୍ ବରଦାସ୍ତ କରାଯିବନି ବୋଲି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସଫା ସଫା କହିଛନ୍ତି।

ଏହାସହ 15 ଜୁନର ସେହି ରକ୍ତାକ୍ତ ସଙ୍ଘର୍ଷ ପରେ 2 ଦେଶର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ନିଜ ନିଜ ଉପରକୁ ଦୋଷ ଠେଲିବାରେ ବ୍ୟସ୍ତ ଯାହା ମାମଲାକୁ ଅଧିକ ବିବାଦୀୟ କରିବା ସହିତ ସମ୍ପର୍କକୁ ତିକ୍ତତା କରୁଛି।

ଫଳରେ 2 ଦେଶର ସ୍ଥିତି ଏବେ ପ୍ରତିକୂଳ ରହିଛି ବୋଲି ଆମେରିକା ରାଷ୍ଟ୍ରପତି କହିବା ସହ ଉତ୍ତେଜନା ହ୍ରାସ କରିବାକୁ ଆମେରିକା ଉଦ୍ୟମ କରୁଛି। ଏହି ସମୟରେ ଆମେରିକା ଦୁଇ ଦେଶ ସହିତ ଆଲୋଚନା ଜାରି ରଖିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।

ପ୍ରକାଶ ଯେ , ଗଲୱାନ ଘାଟିରେ ସଙ୍ଘର୍ଷ ପରେ ଆମେରିକା ଚୀନକୁ ତାର ବିସ୍ତାରବାଦୀ ନୀତି ପାଇଁ ସମାଲୋଚନା କରିବା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଆମେରିକା ବୈଦେଶିକ ମନ୍ତ୍ରୀ ଏକ ବିବୃତ୍ତି ଜାରି କରି ଚୀନ ସେନାକୁ ଘଟଣା ପାଇଁ ଦାୟୀ କରିବା ସହ ଅଯଥାରେ ଚୀନ ପଡୋଶୀଙ୍କ ସହ ସୀମା ବିବାଦ ସୃଷ୍ଟି କରୁଛି ବୋଲି ସଫାସଫା କହିଥିଲେ।

ABOUT THE AUTHOR

...view details