ଓଡିଶା

odisha

ETV Bharat / international

ସହରାଞ୍ଚଳରେ ବର୍ଦ୍ଧିତ ବୃକ୍ଷରୋପଣ କମାଇପାରେ ଅକାଳ ବିୟୋଗର ମାତ୍ରା - ହରିତ ପରିବେଶ ଓ ଏହାର ପ୍ରଭାବ

ଲକଡାଉନ ମଣିଷକୁ ଅନେକ ଅସୁବିଧାରେ ପକାଇବା ସହ ଶିଖାଇଛି ପ୍ରକୃତିକୁ ଭଲ ପାଇବାର ନିଆରା ଉପାୟ । ପ୍ରକୃତି ଉପରେ ଯେ ମଣିଷ କେତେ ନିର୍ଭରଶୀଳ ତାହା ଲକଡାଉନ ଅନେକଙ୍କୁ ଶିଖାଇଛି ।

plantation in urban area, plantation and it's effect on health, health news, green environment and it's effect, green environment may help to reduce untimely death, ସହରାଞ୍ଚଳରେ ବୃକ୍ଷରୋପଣ, ବୃକ୍ଷରୋପଣର ଶରୀର ଉପରେ ପ୍ରଭାବ, ସ୍ବାସ୍ଥ୍ୟ ଖବର, ହରିତ ପରିବେଶ ଓ ଏହାର ପ୍ରଭାବ, ହରିତ ପରିବେଶ ରୋକିବ ଅକାଳ ମୃତ୍ୟୁ
ସହରାଞ୍ଚଳରେ ବର୍ଦ୍ଧିତ ବୃକ୍ଷରୋପଣ କମାଇପାରେ ଅକାଳ ବିୟୋଗର ମାତ୍ରା

By

Published : May 4, 2020, 11:50 PM IST

ନ୍ୟୁୟର୍କ: ଲକଡାଉନ ମଣିଷକୁ ଅନେକ ଅସୁବିଧାରେ ପକାଇବା ସହ ଶିଖାଇଛି ପ୍ରକୃତିକୁ ଭଲ ପାଇବାର ନିଆରା ଉପାୟ । ପ୍ରକୃତି ଉପରେ ଯେ ମଣିଷ କେତେ ନିର୍ଭରଶୀଳ ତାହା ଲକଡାଉନ ଅନେକଙ୍କୁ ଶିଖାଇଛି । ଏହି ସମୟ ମଧ୍ୟରେ ପ୍ରକୃତି ଓ ମଣିଷକୁ ନେଇ ବିଭିନ୍ନ ଗବେଷଣା ହୋଇଛି । ଯେଉଁଥିରୁ ସ୍ପଷ୍ଟ ହୋଇଛି କି ସହରାଞ୍ଚଳରେ ଅକାଳ ମୃତ୍ୟୁ କମାଇବା ପାଇଁ ବୃକ୍ଷରୋପଣ ଓ ହରିତ ପରିବେଶ ଅନେକ ସାହାଯ୍ୟ କରେ ।

ପ୍ରାୟ 7ଟି ଦେଶର 8ମିଲିୟନ ଲୋକଙ୍କ ନେଇ ହୋଇଥିବା ଅଧ୍ୟୟନରୁ ଜଣାପଡିଛି କି ହରିତ ପରିବେଶ ଲୋକଙ୍କ ମନରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିବାରେ ସାହାଯ୍ୟ କରେ । ଅକାଳ ବିୟୋଗ ପଛରେ ମୂଳ କାରଣ ହେଉଛି ମନରେ ଦୁଃଖ, ମାନସିକ ଚାପ ଓ ମାନସିକ ବିଷାଦ । ଯାହାକୁ ଦୂର କରିବାରେ ଗଛ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଆମେରିକାର ଫିଲାଡେଲଫିଆରେ ଏନେଇ ହୋଇଥିବା ଅଧ୍ୟୟନରୁ ଜଣାପଡିଛି କି ସହରାଞ୍ଚଳରେ ହରିତ ପରିବେଶ ସୃଷ୍ଟି ଦ୍ବାରା ବାର୍ଷିକ ପ୍ରାୟ 400 ଅକାଳ ମୃତ୍ୟୁକୁ ରୋକାଯାଇପାରିବ ।

ବର୍ତ୍ତମାନ ସହରମାନଙ୍କରେ ମାତ୍ରାଧିକ ଘର ତିଆରି ହେଉଥିବାରୁ ଏହି ଅଞ୍ଚଳଗୁଡିକରେ ଗଛ ଆଉ ନାହିଁ କହିଲେ କିଛି ଭୂଲ ହେବ ନାହିଁ । ଫଳରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସବୁଠାରୁ ଅଧିକ ପ୍ରଦୂଷିତ ହେଉଥିବା ଦେଖାଯାଏ । ବାର୍ସିଲୋନା ଇନଷ୍ଟିଚ୍ୟୁଟ ଫର ଗ୍ଲୋବାଲ ହେଲଥ ନେତୃତ୍ବରେ ଏହି ବିଷୟରେ ହୋଇଥିବା ଅଧ୍ୟୟନରେ ସ୍ପଷ୍ଟ କରାଯାଇଛି କି ସହରାଞ୍ଚଳରେ ହରିତ ପରିବେଶ ସୃଷ୍ଟି ଦ୍ବାରା ଅମ୍ଲଜାନର ପରିମାଣ ନିୟନ୍ତ୍ରିତ ହୋଇଥାଏ । ଯାହା ଦ୍ବାରା ଶ୍ବାସକ୍ରିୟା ମଧ୍ୟ ଶୁଦ୍ଧ ହୋଇପାରିଥାଏ । ପରିଣାମ ସ୍ବରୂପ ଶରୀରର ବିଭିନ୍ନ ଅଙ୍ଗର କାର୍ଯ୍ୟକାରିତା ବୃଦ୍ଧି ହେବା ସହ ଏହାର ଆୟୁଷ ମଧ୍ୟ ବଢିଥାଏ ।

ତେଣୁ ଲକଡାଉନରୁ ଶିକ୍ଷା ଗ୍ରହଣ କରି ସହରାଞ୍ଚଳମାନଙ୍କରେ ବୃକ୍ଷରୋପଣର ପରିମାଣ ବୃଦ୍ଧି କରିବାକୁ ହେବ । ଯାହା ଧିରେ ଧିରେ ସହରର ପରିବେଶକୁ ଶୁଦ୍ଧ କରିବା ସହ ଲୋକଙ୍କ ଅକାଳ ମୃତ୍ୟୁ ରୋକିବ । ଯାହା ପରୋକ୍ଷରେ ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବାରେ ସାହାଯ୍ୟ କରିବ ।

@IANS

ABOUT THE AUTHOR

...view details