ଓଡିଶା

odisha

ETV Bharat / international

ଏକ ଲକ୍ଷ ମୁହାଁ ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା, 24 ଘଣ୍ଟାରେ 1260 ମୃତ - america death toll

ଆମେରିକାରେ କୋରୋନାର କରାଳ ରୂପ । ପ୍ରତ୍ୟେକ ଦିନ ଯାଉଛି ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତଙ୍କ ଜୀବନ । ଦେଶରେ ଫେଲ ମାରିଛି ସମସ୍ତ ସଚେତନତା ଓ ସୁରକ୍ଷା । ଅଧିକ ପଢନ୍ତୁ..

ଲକ୍ଷେ ରୁ ଅଳ୍ପ ଦୂରରେ ଆମେରିକାର କୋରୋନା ମୃତ୍ୟୁ ସଂଖ୍ୟା, 24 ଘଣ୍ଟାରେ 1260  ମୃତ
ଲକ୍ଷେ ରୁ ଅଳ୍ପ ଦୂରରେ ଆମେରିକାର କୋରୋନା ମୃତ୍ୟୁ ସଂଖ୍ୟା, 24 ଘଣ୍ଟାରେ 1260 ମୃତ

By

Published : May 23, 2020, 10:27 AM IST

ଓ୍ବାଶିଂଟନ: ଆମେରିକାରେ ଥମିବାର ନାଁ ଧରୁନି କୋରୋନା ମୃତ୍ୟୁ ସଂଖ୍ୟା । ଏହା ଦିନକୁ ଦିନ ମହାମାରୀର ରୂପ ଧରୁଛି । ପ୍ରତ୍ୟେକ ଦିନ ହଜାରରୁ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି ଲୋକେ । ସେହପରି ଗତ 24 ଘଣ୍ଟାରେ ଆମେରିକାରେ 24,187 ନୂତନ ମାମଲା ରୁଜୁ ହୋଇଥିବାବେଳେ, 1,260 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏଠାରେ ମୋଟ 16 ଲକ୍ଷରୁ ଅଧିକ ଲୋକ କୋରୋନାରେ ପ୍ରଭାବିତ ହୋଇଛନ୍ତି ।

ୱାର୍ଲ୍ଡୋମିଟର ଅନୁଯାୟୀ, ଶନିବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 16 ଲକ୍ଷ 45 ହଜାରକୁ ବୃଦ୍ଧି ପାଇଛି । ଏଥିସହ 97 ହଜାର 640 ଜଣଙ୍କର ମୃତ୍ୟୁ ଘଟିଛି । ତେବେ 4 ଲକ୍ଷ 03 ହଜାର ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । କୋରୋନା ସଂକ୍ରମିତଙ୍କ ମଧ୍ୟରୁ 6 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି । 25 ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି ।

ଆମେରିକାର ନ୍ୟୁୟର୍କରେ ସର୍ବାଧିକ 3 ଲକ୍ଷ 67 ହଜାର 936ଟି ମାମଲା ରହିଛି । କେବଳ ନ୍ୟୁୟର୍କରେ 29 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ପରେ ନ୍ୟୁଜର୍ସିରେ 1 ଲକ୍ଷ 54 ହଜାର 349 କୋରୋନା ସଂକ୍ରମିତ ହୋଇଛନ୍ତି । ସେଥି ମଧ୍ୟରୁ ପ୍ରାୟ 11 ହାଜର ଲୋକଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details