ନ୍ୟୁୟର୍କ: ଧିମା ହେବାରେ ଲାଗିଛି କୋରୋନାର ପ୍ରଭାବ । ସପ୍ତାହେ ପୂର୍ବରୁ ଯେଉଁ ଡାକ୍ତରଖାନାରେ ଦିନକୁ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଆସୁଥିଲେ ଆଜି ସେଠାରେ 300ରୁ କମ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି । ଏ ହେଉଛି ଆମେରିକାର ନ୍ୟୁୟର୍କସ୍ଥିତ ଏକ ଡାକ୍ତରଖାନାର ଦୃଶ୍ୟ । ଯେଉଁଠାରେ ଏବେ ଧିରେ ଧିରେ କମିବାରେ ଲାଗିଛନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ।
ପରିସ୍ଥିତିରେ ଉନ୍ନତିର ଅର୍ଥ ନୁହେଁ ନିୟମର ଉଲ୍ଲଂଘନ - କୋରନା ଭାଇରସ ନ୍ୟୁଜ୍
ଧିମା ହେବାରେ ଲାଗିଛି କୋରୋନାର ପ୍ରଭାବ । ସପ୍ତାହେ ପୂର୍ବରୁ ଯେଉଁ ଡାକ୍ତରଖାନାରେ ଦିନକୁ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଆସୁଥିଲେ ଆଜି ସେଠାରେ 300ରୁ କମ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି ।
![ପରିସ୍ଥିତିରେ ଉନ୍ନତିର ଅର୍ଥ ନୁହେଁ ନିୟମର ଉଲ୍ଲଂଘନ improvement in corona situation, coronavirus news, corona update, corona situation in america improving, corona in america, କୋରୋନା ପରିସ୍ଥିତିରେ ଉନ୍ନତି, ଆମେରିକାରେ କୋରୋନା ପରିସ୍ଥିତିରେ ସୁଧାର, ଆମେରିକାରେ କୋରୋନା ପରିସ୍ଥିତି, କୋରନା ଭାଇରସ ନ୍ୟୁଜ୍, କୋରୋନା ଅପଡେଟ](https://etvbharatimages.akamaized.net/etvbharat/prod-images/768-512-6753054-13-6753054-1586607169159.jpg)
ଏହାକୁ ନେଇ ଅନେକ ଖୁସି ମନାଉଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଏକ ସତର୍କ ସୂଚନା ଜାରି କରିଛନ୍ତି ଆମେରିକୀୟ ଡାକ୍ତର । ଶନିବାର ହ୍ବାଇଟହାଉସ କୋରୋନା ଭାଇରସ ଟାସ୍କ ଫୋର୍ସର ଡ଼ଃ ଡିବୋରା ବିର୍କ୍ସ ଓ ଡ଼ଃ ଆନ୍ଥୋନୀ ଫୌସିଙ୍କ କହିବା ମୁତାବକ ବର୍ତ୍ତମାନ ପରିସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ତା' ମାନେ ନୁହେଁ ସମସ୍ତ ବଳବତ୍ତର ନିୟମକୁ ଲୋକେ ଭୁଲି ଯିବେ କିମ୍ବା ଖୁସିରେ ଆତ୍ମହରା ହୋଇ ପୂର୍ବ ପରି ଜୀବନଯାପନ କରିବା ଆରମ୍ଭ କରିବେ । ପରିସ୍ଥିତି ସୁଧୁରିବାର ମାନେ ନୁହେଁ କି ଆଗକୁ ରୋଗ ବ୍ୟାପିବାର ସମ୍ଭାବନା କମିଯାଇଛି ।
କେତେକ ଆମେରିକୀ ନାଗରିକ ସାମାଜିକ ଦୂରତା ନିୟମ ନମାନୁଥିବା ଦେଖିବାକୁ ମିଳୁଛି । ଯାହା କି ପରିସ୍ଥିତିକୁ ଅଧିକ ଗମ୍ଭୀର କରିପାରେ । ତେଣୁ ଅତି ଖୁସିରେ ଆତ୍ମହରା ହେବା ଅପେକ୍ଷା ଜଣେ ସଜାଗ ନାଗରିକ ହେବାର କର୍ତ୍ତବ୍ୟ ପାଳନ କରନ୍ତୁ ଓ ସାମାଜିକ ଦୂରତାର ପ୍ରକୃତ ତାତ୍ପର୍ଯ୍ୟ ବୁଝିବା ଦରକାର । ନିଜେ ସଜାଗ ହେବା ସହ ଆଖପାଖର ଲୋକଙ୍କୁ ମଧ୍ୟ ସଜାଗ କରିବା ଆବଶ୍ୟକ ।