ଓଡିଶା

odisha

ETV Bharat / international

ଟ୍ରମ୍ପଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ନେଇ ସିନେଟରେ ଚର୍ଚ୍ଚା - ମହାଭିଯୋଗ ପ୍ରସ୍ତାବ

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବର ଶୁଣାଣିକୁ ନେଇ ଆମେରିକା ସଂସଦର ଉଚ୍ଚସଦନ ସିନଟରେ ଚର୍ଚ୍ଚା ହୋଇଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

donald trump
ଡୋନାଲ୍ଡ ଟ୍ରମ୍ପ

By

Published : Jan 22, 2020, 9:58 AM IST

ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବର ଶୁଣାଣିକୁ ନେଇ ଆମେରିକା ଜାତୀୟ ସଂସଦର ଉଚ୍ଚ ସଦନ ସିନଟରେ ଆଲୋଚନା ହୋଇଛି। ଏହି ସମୟରେ ଉଭୟ ବିରୋଧି ଡେମୋକ୍ରେଟିକ ଏବଂ ଶାସକ ରିପବ୍ଲିକାନ ସାଂସଦ ପରସ୍ପର ବିରୁଦ୍ଧରେ ଆରୋପ-ପ୍ରତ୍ୟାରୋପ ଲଗାଇଛନ୍ତି। ଏହି ଆଲୋଚନା ସମୟରେ ପ୍ରମାଣକୁ ନେଇ ଗୃହରେ ହଙ୍ଗାମା ହୋଇଥିବା ଜଣାପଡିଛି।

ମହାଭିଯୋଗ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ସିନେଟରେ ଶାସକ ରିପବ୍ଲିକାନ ସାଂସଦ ମିଚ ମେକକୋନେଲ, ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଶୁଣାଣି ପାଇଁ ସଂସଦରେ କିଛି ନିୟମ ଆଣିବାକୁ ପ୍ରସ୍ତାବ ଦେଇଥିଲେ। ଏହି ନିୟମ ପ୍ରଥମ ପର୍ଯ୍ୟାୟରେ ପ୍ରମାଣ ଏବଂ ସାକ୍ଷୀ ଉପରେ କିଛି କଡା ପ୍ରତିବନ୍ଧକ ଲାଗୁ କରିବ ଏବଂ ଏହି ମାମଲାର ଶୁଣାଣି ଖୁବଂ ଶୀଘ୍ର ଶେଷ ହେବ ବୋଲି ସେ କହିଥିଲେ। ହେଲେ ବିରୋଧି ଡେମୋକ୍ରେଟିକ ସାଂସଦ ଏହାକୁ ବିରୋଧ କରିଥିଲେ । ଏହି ପ୍ରକ୍ରିୟା ପାଇଁ ସାଂସଦ ମିଚ ଏଭଳି ନିୟମ ଆଣି ମାମଲାକୁ ଦବାଇବାକୁ ଚେଷ୍ଟା କରୁଥିବା ସେମାନେ ଅଭିଯୋଗ କରିଥିଲେ।

କ୍ଷମତାର ଦୂରୁପଯୋଗ ଏବଂ ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ଯଦି ଏଥିରେ ସେ ଜଡିତ ଥିବାର ସାବ୍ୟସ୍ତ ହୁଅନ୍ତି, ତାଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରାଯିବ। ହେଲେ ଏହି ସମ୍ଭାବନା ଖୁବ କମ ରହିଛି।

ABOUT THE AUTHOR

...view details