ନ୍ୟୁୟର୍କ: ସାଧାରଣତଃ କ୍ୟାନ୍ସର ବା କର୍କଟ ରୋଗରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅନେକ କେମିକାଲ ଓ ଡ୍ରଗ୍ସ ଆଦିର ବ୍ୟବହାର ହୋଇଥାଏ । ଏମିତିରେ କ୍ୟାନ୍ସର ଚିକିତ୍ସା ପାଇଁ ଇମ୍ୟୁନୋଥେରାପିରେ ବେଶ ସକାରାତ୍କ ପ୍ରଭାବ ରହିଥିବା ଜଣାଯାଏ । ଏହି ଥେରାପିରେ ରୋଗୀଙ୍କର ଇମ୍ୟୁନ ସିଷ୍ଟମକୁ ନିୟନ୍ତ୍ରଣ କରାଯାଇ ଆବଶ୍କ ପରିମାଣର ଇମ୍ୟୁନ ବା ପ୍ରତିରୋଧକ ସେଲ ଶରୀରରେ ପ୍ରସ୍ତୁତ ହୋଇଥାଏ । ଏହି ନବନିର୍ମିତ ସେଲ ଗୁଡିକ ଶରୀରରେ କ୍ୟାନ୍ସର ରୋଗ ସହ ଲଢି ପ୍ରଭାବିତ ସେଲଗୁଡିକୁ ନଷ୍ଟ କରିବାରେ ସାହାଯ୍ୟ କରେ ।
ତେବେ ଏକ ଅଧ୍ୟୟନରୁ ଦେଖାଯାଇଛି କି କ୍ୟାନ୍ସର ଆକ୍ରାନ୍ତମାନେ କୋରୋନା ଭୂତାଣୁ ଦ୍ବାରା ଶୀଘ୍ର ସଂକ୍ରମିତ ହେବାର ସମ୍ଭାବନା ଯଥେଷ୍ଟ ରହିଛି । ଏମିତିରେ ଉଭୟ କ୍ୟାନ୍ସର ଓ କୋରୋନା ଦ୍ବାରା ସଂକ୍ରମିତଙ୍କ ଶରୀରରେ ଇମ୍ୟୁନୋଥେରାପିର କାର୍ଯ୍ୟକାରିତା ନେଇ ୟୁନିଭର୍ସିଟି ଅଫ ସିନସିନାଟିର ଗବେଷକ ଲାୟେନ ୱେଦରଫୋର୍ଡ ଏକ ଅଧ୍ୟୟନ କରିଥିଲେ । ସେ ଏହି ଅଧ୍ୟୟନରେ ଗବେଷକମାନେ କୋରୋନା ଓ କ୍ୟାନ୍ସର ପୀଡିତଙ୍କ ଶରୀରରେ ଇମ୍ୟୁନୋଥେରାପିର ପ୍ରଭାବ ଯାଞ୍ଚ କରିଥିଲେ ।