ୱାଶିଂଟନ:ନିକଟରେ ଗ୍ଲାସଗୋରେ ଶେଷ ହୋଇଛି cop26 ଶିଖର ସମ୍ମିଳନୀ । ଅନେକ ଦେଶର ମୁଖ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ବିଷୟବସ୍ତୁ ରହିଥିଲା । ପରିବେଶକୁ ରକ୍ଷା କରିବାକୁ ହେଲେ ପ୍ରକୃତି ସହିତ ସମନ୍ବୟ ରକ୍ଷା କରି ଚାଲିବାକୁ ପଡିବ ବୋଲି ଗ୍ଲାସଗୋରୁ ଆହ୍ବାନ କରିଥିଲେ ମୋଦି । ଭାରତର ଏହି ଆହ୍ବାନକୁ ସ୍ବାଗତ କରିଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ।
ନବୀକରଣ ଯୋଗ୍ୟ ଉପରେ ନିର୍ଭରଶୀଳତା ବୃଦ୍ଧି କରିବା ଏବଂ 2070 ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ତୀବ୍ରତାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । COP26 ରେ ଭାରତର ଘୋଷଣାକୁ ଆମେ ସ୍ବାଗତ କରୁଛୁ ବୋଲି ଆଇଏମ୍ଏଫ୍ ନିର୍ଦ୍ଦେଶକ ଗେରି ରାଇସ୍ କହିଛନ୍ତି । ସେ ଆହୁରି କହିଛନ୍ତି ଆମେ ଜାଣିଛୁ ଯେ ଭାରତ ବର୍ତ୍ତମାନ ବିଶ୍ବର ବୃହତ୍ତମ ନିର୍ଗମନକାରୀ ଦେଶ । ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ଉପରେ ଭାରତ ନିର୍ଭର କରିଥାଏ । ଏହାର କାର୍ଯ୍ୟ ଅନ୍ୟ ଉଦୀୟମାନ ବଜାର ଅର୍ଥନୀତିରେ ସହାୟକ ହେବ ବୋଲି କହିଛନ୍ତି ଗେରି ରାଇସ୍ ।