ଓଡିଶା

odisha

ETV Bharat / international

‘କୋରୋନା ମୁକାବିଲାରେ ଏହାଠାରୁ ଭଲ ମୁଁ କିଛି କରିପାରିନଥାନ୍ତି’ - ଆମେରିକାରେ କୋରୋନା ଅପଡେଟ

ଆମେରିକାରେ ଅସମ୍ଭାଳ କୋରୋନା ପରିସ୍ଥିତି । ସେପଟେ ହ୍ବାଇଟହାଉସ କୋରୋନା ଭାଇରସ ଟାସ୍କ ଫୋର୍ସ ବିବରଣୀରେ ପ୍ରତିଦିନ ନୂଆ ନୂଆ ବାହାନା ନେଇ ନଜର ଆସୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।

america fights against corona, covid-19, donald trump, donald trump on corona fight, corona update in america, coronavirus news, କୋରୋନା ମୁକାବିଲାରେ ଆମେରିକା, ଡୋନାଲ୍ଡ ଟ୍ରମ୍ପ, କୋରୋନା ମୁକାବିଲା ନେଇ ଡୋନାଲ୍ଡ ଟ୍ରମ୍ପ, ଆମେରିକାରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
‘କୋରୋନା ମୁକାବିଲାରେ ଏହାଠାରୁ ଭଲ ମୁଁ କିଛି କରିପାରିନଥାନ୍ତି’

By

Published : Apr 9, 2020, 8:37 PM IST

ନ୍ୟୁୟର୍କ: ଆମେରିକାରେ ଅସମ୍ଭାଳ କୋରୋନା ପରିସ୍ଥିତି । ବିଗତ 48 ଘଣ୍ଟାରେ ଗଡିଲାଣି ପ୍ରାୟ 4 ହଜାର ମୁଣ୍ଡ । ଏମିତିରେ ନିଜ ଦୋଷ ସ୍ବୀକାର କରିବା ବଦଳରେ ଅନ୍ୟ ମୁଣ୍ଡରେ ଅଠା ବୋଳିବାରେ ବ୍ୟସ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଥମେ ଗଣମାଧ୍ୟମ, ଏବେ ଗଣତାନ୍ତ୍ରିକ ପ୍ରତିନିଧି ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ବି ଆଙ୍ଗୁଠି ଉଠାଇବାକୁ ପଛାଇ ନାହାନ୍ତି ଟ୍ରମ୍ପ ।

ଏମିତିରେ ହ୍ବାଇଟହାଉସ କୋରୋନା ଭାଇରସ ଟାସ୍କ ଫୋର୍ସ ବିବରଣୀ ଏକପ୍ରକାର ଦୋଷ ଲଦା ବିବରଣୀରେ ପରିଣତ ହୋଇଛି । ପ୍ରତିଦିନ ନୂଆ ନୂଆ ବାହାନା ନେଇ ରାଷ୍ଟ୍ରପତି ଟ୍ରମ୍ପ ନଜର ଆସୁଛନ୍ତି । ହେଲେ ନିଜ ଦୋଷକୁ ଅଣଦେଖା କରିବାର ସମ୍ଭବ ପ୍ରୟାସ ଜାରି ରଖିଛନ୍ତି ସେ । ଯାହାକୁ କେତେକ ବୁଦ୍ଧିଜୀବୀ ପୁରୁଣା ରାଜନୈତିକ ରଣନୀତି ବୋଲି ଆଖ୍ୟା ଦେଇଛନ୍ତି ।

ତେବେ ଦେଶରେ କୋରୋନାର ପ୍ରକୋପ ପାଇଁ ରାଷ୍ଟ୍ରପତି ଟ୍ରମ୍ପ ପ୍ରସ୍ତୁତ କରିଥିବା ଦୋଷୀ ତାଲିକାରେ ସର୍ବପ୍ରଥମେ ରହିଥିଲା ଚୀନ । କାରଣ ଚୀନରେ ଏହାର ଉତ୍ପତ୍ତି ହୋଇଥିବା ଅନୁମାନ କରାଯାଉଥିବା ବେଳେ ଚୀନ ଏହାକୁ ସଠିକ୍‌ ଭାବେ ନିୟନ୍ତ୍ରଣ କରିନଥିବାରୁ ସାରା ବିଶ୍ବକୁ ଏହା ଗ୍ରାସିଛି ବୋଲି ସିଧାସଳଖ ଆକ୍ଷେପ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଅନ୍ୟପଟେ ସେ ଏହା ମଧ୍ୟ କହିବାକୁ ପଛାଇ ନାହାନ୍ତି କି ଦେଶରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏହାଠାରୁ ଭଲ ସେ କିଛି କରିପାରିନଥା'ନ୍ତେ ।

ଗୋଟିଏ ଦେଶରେ ନିଆଁ ବେଗରେ ବ୍ୟାପୁଛି କୋରୋନା ସଂକ୍ରମଣ, ଅନ୍ୟପଟେ ଟ୍ରମ୍ପଙ୍କ ମନମୋଟା ଭାବକୁ ନେଇ ଏବେ ଏକପ୍ରକାର ଚିନ୍ତିତ ଦେଶବାସୀ ।

ABOUT THE AUTHOR

...view details