ହଂକଂ: କିଛି ମାସର ବିକ୍ଷୋଭ ଓ ପ୍ରତିବାଦ ପରେ ଜନତାଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି ହଂକଂ ସରକାର । ପ୍ରତ୍ୟାର୍ପଣ ବିଧେୟକ ପାସ କରିବାକୁ ନିଷ୍ପତ୍ତି ନେଇଥିବା ସରକାର ଫେରାଇନେବାକୁ ବାଧ୍ୟ ହୋଇଛନ୍ତି।
ବିକ୍ଷୋଭ ପରେ ଫେରିଲା ପ୍ରତ୍ୟାର୍ପଣ ବିଲ
ବିବାଦୀୟ ପ୍ରତ୍ୟାର୍ପଣ ବିଲକୁ ପାସ କରିବେ ନାହିଁ ହଂକଂ ସରକାର । ଏନେଇ ସୁରକ୍ଷା ସଚିବ ଦେଲେ ସୂଚନା।
ଫାଇଲ ଫଟୋ
ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାଯୀ ବିବାଦୀୟ ପ୍ରତ୍ୟର୍ପଣ ବିଲକୁ ପାସ କରିବେ ନାହିଁ ସରକାର । ବିଲକୁ ଫେରାଇନେବାକୁ ନେଇଛନ୍ତି ନିଷ୍ପତ୍ତି । ଏନେଇ ବୁଧବାର ମଧ୍ୟାହ୍ନରେ ଅନ୍ୟ ଏକ ଲିଖିତ ଦସ୍ତାବିଜ ପ୍ରସ୍ତୁତ କରାଯିବ ।
ଦୀର୍ଘଦିନ ଧରି ଜନତାଙ୍କ ମଧ୍ୟରେ ଜାରି ରହିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ସଚିବ ଏହି ଘୋଷଣା କରିଥିବା ନେଇ ସୂଚନା ମିଳିଛି।