ୱାଶିଂଟନ: କୋରୋନା ବିପତ୍ତି ସମୟରେ ବିଦେଶରେ ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ରଛାତ୍ରୀ । ପ୍ରାୟ 2,50,000 ଭାରତୀୟ ଛାତ୍ରଛାତ୍ରୀ ବିଭିନ୍ନ ଆମେରିକାନ ୟୁନିଭର୍ସିଟିରେ ପଢୁଥିବା ବେଳେ କୋରୋନା ପାଇଁ କେତେକ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରି ନିଜ ଆବାସ ନିଜେ ଠିକ କରିବା ପାଇଁ କହିଥିଲେ । ଏମିତିରେ ଅତି ଅସୁବିଧାର ସମ୍ମୁଖୀନ ହେଉଥିବା ଏହି ଛାତ୍ରଛାତ୍ରଙ୍କ ପାଇଁ ଆମେରିକାସ୍ଥିତ ହିନ୍ଦୁ ଅନୁଷ୍ଠାନ ଲଞ୍ଚ କରିଛି ହେଲ୍ପ ଲାଇନ ।
ଆମେରିକାରେ ଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ ହେଲା ହେଲ୍ପଲାଇନ - ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ
କୋରୋନା ବିପତ୍ତି ସମୟରେ ବିଦେଶରେ ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ରଛାତ୍ରୀ । ଏମିତିରେ ଅତି ଅସୁବିଧାର ସମ୍ମୁଖୀନ ହେଉଥିବା ଏହି ଛାତ୍ରଛାତ୍ରଙ୍କ ପାଇଁ ଆମେରିକାସ୍ଥିତ ହିନ୍ଦୁ ଅନୁଷ୍ଠାନ ଲଞ୍ଚ କରିଛି ହେଲ୍ପ ଲାଇନ । ଅଧିକ ପଢ଼ନ୍ତୁ...

‘କୋଭିଡ-19 ଷ୍ଟୁଡେଣ୍ଟ ସପୋର୍ଟ ନେଟୱାର୍କ’ ନାମକ ଏହି ହେଲ୍ପଲାଇନ ହେଉଛି ହିନ୍ଦୁ ଯୁବା, ଭାରତୀୟ, ବିବେକାନନ୍ଦ ହାଉସ ଓ ସେବା ଅନ୍ତର୍ଜାତୀୟ ଆଦି ଅନୁଷ୍ଠାନର ଏକ ମିଳିତ ସାହାଯ୍ୟ । ଏହି ହେଲ୍ପଲାଇନରେ ଫସି ରହିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନମ୍ବର ଦିଆଯାଇଛି । ଯେଉଁଥିରେ ସେମାନ ସମସ୍ତ ପ୍ରକାର ସାହାଯ୍ୟ ପାଇଁ ନିବେଦନ କରିପାରିବେ । ହଠାତ୍ ହଷ୍ଟେଲ ଖାଲି କରାଯିବାରୁ ଅନେକ ଛାତ୍ରଛାତ୍ରୀ ଘର ଅଭାବରୁ ଏଣେତେଣେ ଜୀବନ କାଟୁଛନ୍ତି ।
ତେବେ ଆବଶ୍ୟକସ୍ଥଳେ ସେହି ଛାତ୍ରଛାତ୍ରୀମାନଙ୍କୁ ରହିବା ପାଇଁ ଛାତ ଯୋଗଇବାକୁ ହେଲ୍ପଲାଇନ ଜରିଆରେ ଆବେଦନ କରିହେବ । ଆବଶ୍ୟକ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ମଧ୍ୟ ଏହି ହେଲ୍ପଲାଇନ ଦ୍ବାରା ଆବଶ୍ୟକଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ତେବେ ହେଲ୍ପଲାଇନରେ ଥିବା ଏକ୍ସପର୍ଟମାନେ ଛାତ୍ରଛାତ୍ରୀଙ୍କୁ ଇମିଗ୍ରେସନ ବା ଦେଶ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ମଧ୍ୟ ସାହାଯ୍ୟ କରିବା ନେଇ ସୂଚନା ରହିଛି ।