ଓଡିଶା

odisha

ETV Bharat / international

ପାର୍ଟି ବାତିଲ କରି କୋଭିଡ 19 ରିଲିଫ ଫଣ୍ଡକୁ ଏଚବିଓର ସହାୟତା

ଏଚବିଓ ପକ୍ଷରୁ ପ୍ରଦାନ କରାଯାଇଛି ପ୍ରାୟ 10 ଲକ୍ଷ ଟଙ୍କା । ଲସ ଏଞ୍ଜେଲେସର ମେୟରଙ୍କ ଦ୍ବାରା ରିଲିଫ ଫଣ୍ଡରେ ଏହା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

By

Published : May 30, 2020, 7:01 PM IST

ପାର୍ଟି ବାତିଲ କରି କୋଭିଡ 19 ରିଲିଫ ଫଣ୍ଡକୁ ଏଚବିଓର ସହାୟତା
ପାର୍ଟି ବାତିଲ କରି କୋଭିଡ 19 ରିଲିଫ ଫଣ୍ଡକୁ ଏଚବିଓର ସହାୟତା

ୱାଶିଂଟନ: ନିଜର ପାରମ୍ପାରିକ ପାର୍ଟି ଓ ଉତ୍ସବ ବାତିଲ କରି ଆମେରିକୀୟ ଟିଭି ନେଟୱାର୍କ ଏଚବିଓ କୋଭିଡ 19 ରିଲିଫ ଫଣ୍ଡକୁ ସାହାଯ୍ୟ କରିଛି । ପ୍ରତିବର୍ଷ ଆୟୋଜିତ ହେଉଥିବା ପାର୍ଟିକୁ ଏବର୍ଷ ଆୟୋଜନ ନକରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି । ଏହା ବଦଳରେ ଲସ ଏଞ୍ଜେଲେସ କୋଭିଡ 19 ରିଲିଫ ପାଣ୍ଠିକୁ 1 ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିଛି ।

ଏଚବିଓ ନିଜ ନେଟୱାର୍କର ସମସ୍ତ କଳାକାର, ଟେକ୍ନିସିଆନଙ୍କୁ ଏହି ପାର୍ଟିରେ ସମ୍ବର୍ଦ୍ଧନା ଦେଇଥାଏ । ଏହା ଉପରେ ଏକ ବିଜ୍ଞପ୍ତି ପ୍ରକାଶ କରି କମ୍ପାନୀ କହିଛି ଯେ ଏବର୍ଷ ପାରମ୍ପାରିକ ଇମ୍ମି ପାର୍ଟି ଓ ଏଫୱାଇସି ଉତ୍ସବକୁ ବାତିଲ କରାଯାଇଛି । ଏବର୍ଷ ଆୟୋଜିତ ସମସ୍ତ ଶୋ ପାଇଁ ସବୁ କଳାକାରଙ୍କୁ ଧନ୍ୟବାଦ । ଏପରି ସମୟରେ ଯାହା ଆବଶ୍ୟକତା ଓ ପ୍ରାଥମିକତା ତାହାକୁ ଉପଲବ୍ଧ କରି ଏହି ନିଷ୍ପତ୍ତି ନିଆଯାଇଛି । ଏପରି ଘୋଷଣାରେ ଆମେ ଗର୍ବିତ ବୋଲି କମ୍ପାନୀ କହିଛି ।

ଏଚବିଓ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାୟ 10 ଲକ୍ଷ ଟଙ୍କା ଲସ ଏଞ୍ଜେଲେସର ମେୟରଙ୍କ ଦ୍ବାରା ରିଲିଫ ଫଣ୍ଡରେ ଗ୍ରହଣ କରାଯାଇଛି । ଏହି ଅର୍ଥ ସମସ୍ତ ଗରିବ ଓ ଅସହାୟଙ୍କ ସମେତ ଯେଉଁ ଲୋକ ଆବଶ୍ୟକୀୟ ସାମଗ୍ରୀ ଦରକାର କରୁଥିବେ ସେମାନଙ୍କୁ ପ୍ରଦାନ କରାଯିବ । କୋଭିଡ 19 ଦ୍ବାରା ପ୍ରଭାବିତ ସମସ୍ତ ଲୋକଙ୍କୁ ଏହି ଅର୍ଥରେ ସାହାଯ୍ୟ କରାଯିବ ବୋଲି ଏଚବିଓ କହିଛି ।

ABOUT THE AUTHOR

...view details