ଓଡିଶା

odisha

By

Published : Jul 7, 2020, 4:55 AM IST

ETV Bharat / international

ନୂଆ କ୍ଷୁଦ୍ର ପ୍ରକାଶକଙ୍କ ପାଇଁ ଗୁଗୁଲର ଡିଜିଟାଲ ଟ୍ରେନିଂ କର୍ମଶାଳା

କୋରୋନା ପ୍ରଭାବରେ ଘରୁ ବାହାରି ନପାରି ଅନଲାଇନ ପ୍ଲାଟଫର୍ମରେ ନିଜ ପ୍ରତିଭା ଦେଖାଇବା ଆରମ୍ଭ କରିଛନ୍ତି ୟୁଜର୍ସ । ଏମିତିରେ ଅନେକ କ୍ଷୁଦ୍ର ଓ ମଧ୍ୟମ ବର୍ଗର ପ୍ରକାଶକମାନଙ୍କୁ ନିଜ ପ୍ରତିଭା ଦେଖାଇବା ପାଇଁ ମାଧ୍ୟମର ଆବଶ୍ୟକତା ଥିବା ବେଳେ ଏମାନଙ୍କ ପାଇଁ ଗୁଗୁଲ ଘୋଷଣା କରିଛି ନୂଆ ପ୍ରୋଗ୍ରାମ ।

google latest news, googles new training programme, latest technology news, google's new digital training programme, ଗୁଗୁଲ ଲାଟେଷ୍ଟ ନ୍ୟୁଜ୍‌, ଗୁଗୁଲର ନୂଆ ଟ୍ରେନିଂ ପ୍ରୋଗ୍ରାମ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଗୁଗୁଲର ଡିଜିଟାଲ ଟ୍ରେନିଂ ପ୍ରୋଗ୍ରାମ
ନୂଆ କ୍ଷୁଦ୍ର ପ୍ରକାଶକଙ୍କ ପାଇଁ ଗୁଗୁଲର ଡିଜିଟାଲ ଟ୍ରେନିଂ କର୍ମଶାଳା

ସାନ ଫ୍ରାନ୍ସିସ୍କୋ: କୋରୋନା ପ୍ରଭାବରେ ଘରୁ ବାହାରି ନପାରି ଅନଲାଇନ ପ୍ଲାଟଫର୍ମରେ ନିଜ ପ୍ରତିଭା ଦେଖାଇବା ଆରମ୍ଭ କରିଛନ୍ତି ୟୁଜର୍ସ । ଏମିତିରେ ଅନେକ କ୍ଷୁଦ୍ର ଓ ମଧ୍ୟମ ବର୍ଗର ପ୍ରକାଶକମାନଙ୍କୁ ନିଜ ପ୍ରତିଭା ଦେଖାଇବା ପାଇଁ ମାଧ୍ୟମର ଆବଶ୍ୟକତା ଥିବା ବେଳେ ଏମାନଙ୍କ ପାଇଁ ଗୁଗୁଲ ଘୋଷଣା କରିଛି ନୂଆ ପ୍ରୋଗ୍ରାମ । ସୋମବାର ଘୋଷଣା ହୋଇଥିବା ଏହି ନୂଆ ଟ୍ରେନିଂ ପ୍ରୋଗ୍ରାମରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ପ୍ରକାଶକମାନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ପ୍ରକାଶନ ପାଇଁ ମାଗଣା ଟ୍ରେନିଂ ଦିଆଯିବ ।

ଏହି ପ୍ରୋଗ୍ରାମର ନାମ ‘ଡିଜିଟାଲ ଗ୍ରୋଥ ପ୍ରୋଗ୍ରାମ’ ଦିଆଯାଇଥିବା ବେଳେ ଏହା ଗୁଗୁଲ ନ୍ୟୁଜ ଇନିସିଏଟିଭ(ଜିଏନଆଇ) ଅଧିନରେ ପରିଚାଳିତ ହେବ । ଅନଲାଇନ ବ୍ୟବସାୟର ବିକାଶ ସହ ନୂଆ ପ୍ରକାଶକ ମଣ୍ଡଳୀଙ୍କ ପ୍ରତିଭାର ବିକାଶ ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ । ପାରମ୍ପରିକ ପ୍ରକାଶନ ଶୈଳୀ ବାଦେ ନୂଆ ଲେଖକ ଓ ପ୍ରକାଶକମାନେ କିପରି ଅନଲାଇନ ପ୍ଲାଟଫର୍ମରେ ନିଜ ଜ୍ଞାନ ବଢାଇପାରିବେ ସେନେଇ ଏହି ଟ୍ରେନିଂ ପ୍ରୋଗ୍ରାମରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଥମେ ଏହି ପ୍ରୋଗ୍ରାମ ୟୁରୋପ ମହାଦେଶରେ ଲଞ୍ଚ ହେବାକୁ ଥିବା ବେଳେ ସ୍ପେନ, ୟୁକେ, ଜର୍ମାନୀ, ଇଟାଲୀ, ପୋଲାଣ୍ଡ ଓ ଫ୍ରାନ୍ସ ଆଦି ଦେଶରେ ୟୁଜର୍ସ ଏହାର ଲାଭ ଉଠାଇପାରିବେ ।

ଆଗାମୀ ମାସରେ ଏହି ପ୍ରୋଗ୍ରାମକୁ ଅନ୍ୟ ଦେଶମାନଙ୍କରେ ମଧ୍ୟ ରୋଲ ଆଉଟ କରିବାର ଯୋଜନା ରହିଛି । ଏଥିପାଇଁ ଏହି ପ୍ରୋଗ୍ରାମରେ ସମସ୍ତ ଆଞ୍ଚଳିକ ଭାଷାକୁ ସାମିଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସେପଟେ ଗତ ମାସରେ ଟେକ ଜାଏଣ୍ଟ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ କରିଥିଲା । ଯେଉଁଥିରେ ଉଚ୍ଚକୋଟୀର କଣ୍ଟେଣ୍ଟ ଅନଲାଇନ ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଇ ପବ୍ଲିସ କରିବା ପାଇଁ ଏକ ଲାଇସେନ୍ସିଂ ପ୍ରୋଗ୍ରାମର ବ୍ୟବସ୍ଥା କରାଯାଉଥିବା ପ୍ରକାଶ କରାଯାଇଥିଲା । ଏହାର କାର୍ଯ୍ୟ ବର୍ତ୍ତମାନ ଜାରି ରହିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଲଞ୍ଚ ହେବାର ସମ୍ଭାବନା ରହିଛି ।

@IANS

ABOUT THE AUTHOR

...view details