ସାନ ଫ୍ରାନ୍ସିସ୍କୋ: ଆମେରିକାରେ ବଢିବାରେ ଲାଗିଛି ବିକ୍ଷୋଭ ପ୍ରଭାବ । ପୋଲିସ ହେପାଜତରେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ଅଧିକାଂଶ ସହରରେ ବର୍ତ୍ତମାନ ଜଳୁଛି ବିରୋଧର ନିଆଁ । ଏମିତି ପରିସ୍ଥିତି ଦେଖି ଗୁଗୁଲ ନିଜ ଆଣ୍ଡ୍ରଏଡ 11 ବେଟା ଭର୍ସନ ଲଞ୍ଚିଂକୁ ସ୍ଥଗିତ କରିଛି । ଜୁନ 3ରେ ଏହାର ଲଞ୍ଚିଂ ନେଇ ପୂର୍ବରୁ ଗୁଗୁଲ ଘୋଷଣା କରିଥିବା ସତ୍ତ୍ବେ ବିକ୍ଷୋଭ ଯୋଗୁଁ ଏହାକୁ ଶେଷ ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ରବିବାର ସ୍ପଷ୍ଟ କରିଛି ଟେକ ଜଏଣ୍ଟ ଗୁଗୁଲ ।
ଆମେରିକାରେ ବିକ୍ଷୋଭ, ଘୁଞ୍ଚିଲା ଆଣ୍ଡ୍ରଏଡ 11 ବେଟା ଲଞ୍ଚିଂ - ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍
ଆମେରିକାରେ ବଢିବାରେ ଲାଗିଛି ବିକ୍ଷୋଭ ପ୍ରଭାବ । ପୋଲିସ ହେପାଜତରେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ଅଧିକାଂଶ ସହରରେ ବର୍ତ୍ତମାନ ଜଳୁଛି ବିରୋଧର ନିଆଁ । ଏମିତି ପରିସ୍ଥିତି ଦେଖି ଗୁଗୁଲ ନିଜ ଆଣ୍ଡ୍ରଏଡ 11 ବେଟା ଭର୍ସନ ଲଞ୍ଚିଂକୁ ସ୍ଥଗିତ କରିଛି ।
ଆମେରିକାରେ ବିକ୍ଷୋଭ, ଘୁଞ୍ଚିଲା ଆଣ୍ଡ୍ରଏଡ 11 ବେଟା ଲଞ୍ଚିଂ
ତେବେ ଲଞ୍ଚ ହେବାକୁ ଥିବା ଆଣ୍ଡ୍ରଏଡ 11କୁ ନେଇ ଗୁଗୁଲ ଅନେକ ଆଶାବାଦୀ ଥିବା ବେଳେ ଦେଶର ସ୍ଥିତି ନେଇ ନିଜ ଖୁସିରେ ରୋକ ଲଗାଇଛି କମ୍ପାନୀ । ହେଲେ ଆଗାମୀ ଲଞ୍ଚିଂ ତାରିଖ ନେଇ କମ୍ପାନୀ ଏଯାବତ୍ କିଛି ସ୍ପଷ୍ଟ ସୂଚନା ଦେଇନି । ସେପଟେ ମିନେସୋଟା ରାଜ୍ୟପାଳ ଟିମ ୱାଲଜ ଜାତୀୟ ସୁରକ୍ଷୀକର୍ମୀଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ରଖିବା ସହ ଦେଶରେ 4ଦିନ ଧରି ଲାଗି ରହିଥିବା ବିକ୍ଷୋଭ ପ୍ରତି ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
@IANS