କାଲିଫର୍ନିଆ: ଗୁଗଲ୍ ଟ୍ବିଟ କରି କହିଛି ଯେ ଏହା ଗୁଗୁଲ୍ ଫଟୋରେ ନୂତନ ଫିଚର ଆଡ କରିଛି । ଯାହା ଦ୍ବାରା ଫଟୋ ସେୟାର ଉପରେ ଉପଭୋକ୍ତାଙ୍କ ନିୟନ୍ତ୍ରଣ ରହିବ । ଏହାଦ୍ବାରା ବ୍ୟବହାରକାରୀ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ସେମାନଙ୍କ ଗୁଗୁଲ୍ ଆକାଉଣ୍ଟ୍ ମାଧ୍ୟମରେ କୌଣସି ବ୍ୟକ୍ତି ବିଶେଷଙ୍କୁ ଆଲବମ୍ ସେୟାର କରିପାରିବେ । ଏହା ଉପରେ ଉପଭୋକ୍ତାଙ୍କର ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ରହିବ ।
ଗତ ଡିସେମ୍ବରରେ, ଆପରେ ଚାଲିଥିବା ବ୍ୟକ୍ତିଗତ ବାର୍ତ୍ତାଳାପରେ ଯୋଗ କରି ଗୁଗୁଲ୍ ଫଟୋରେ ୱାନ-ଅଫ୍ ଫଟୋ ଏବଂ ଭିଡିଓ ସେୟାର କରିବାକୁ ସହଜ କରିବା ପାଇଁ ଏହି ଚେଷ୍ଟା ଆରମ୍ଭ ହୋଇଥିଲା । ଆଉ ଆଜି ସେୟାରିଂ ଆଲବମରେ ସମାନ ଟେକ୍ନୋଲୋଜି ଆପଣାଇଛୁ ବୋଲି କହିଛି ଗୁଗୁଲ୍ । ଯେତେବେଳେ ଏକ ଆଲବମ୍ ସେୟାର କରାଯାଏ, ଡିଫଲ୍ଟ ବିକଳ୍ପ ହେଉଛି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଲୋକଙ୍କ ସହିତ ସେମାନଙ୍କ ଗୁଗୁଲ୍ ଆକାଉଣ୍ଟ୍ ମାଧ୍ୟମରେ ସେୟାର କରିବା । ଏହା ଆପଣଙ୍କୁ ଆଲବମରେ କିଏ ଯୋଡିଛି ତାହା ଉପରେ ଅଧିକ ନିୟନ୍ତ୍ରଣ ଦେଇଥାଏ ବୋଲି ଗୁଗୁଲ୍ ଫଟୋ ସେୟାର୍ ଇଞ୍ଜିନିୟରିଂ ଲିଡ୍ ସଞ୍ଜୁକଥା ମଥୁର ଏକ ବିବୃତ୍ତିରେ କହିଛନ୍ତି ।