ଲୋକାଲ ପବ୍ଲିସରଙ୍କ ସହ ଗୁଗଲର ପାର୍ଟନରସିପ୍ - covid 19
ନିଜ ଗୁଗଲ ନ୍ୟୁଜ ଆପ୍ଲିକେସନରେ ଲୋକାଲ ନ୍ୟୁଜକୁ ସ୍ଥାନ ଦେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି କମ୍ପାନୀ । ବର୍ତ୍ତମାନ ଅନେକ ସହର ଓ ମେଟ୍ରୋ ସିଟିରେ ପ୍ରଶାସନ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି । ଅଧିକ ପଢନ୍ତୁ..
କାଲିଫର୍ଣ୍ଣିଆ: କୋଭିଡ 19 ମହାମାରୀ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଗୁଗଲ ଆଉ ଏକ ପଦକ୍ଷେପ ଆପଣାଇଛି । ସମସ୍ତ ଲୋକାଲ ବା ସ୍ଥାନୀୟ ନ୍ୟୁଜ୍ ପବ୍ଲିସରଙ୍କ ସହ ଏହା ପାର୍ଟନରସିପ୍ କରିବାକୁ ଯାଉଛି । ଫଳରେ କୋରୋନା ସମ୍ପର୍କରେ ପ୍ରତିଟି ଛୋଟ ଛୋଟ ସହରର ଖବର ଲୋକ ଗୁଗଲ ଦ୍ବାରା ପାଇପାରିବେ ।
ନିଜ ଗୁଗଲ ନ୍ୟୁଜ ଆପ୍ଲିକେସନରେ ଲୋକାଲ ନ୍ୟୁଜକୁ ସ୍ଥାନ ଦେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି କମ୍ପାନୀ । ବର୍ତ୍ତମାନ ଅନେକ ସହର ଓ ମେଟ୍ରୋ ସିଟିରେ ପ୍ରଶାସନ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି । କେନ୍ଦ୍ରୀୟ ସ୍ତରରେ ଥିବା ନିୟମ ସହ ଏମାନେ ନିଜ କଟକଣା ଜାରି କରୁଛନ୍ତି । ଯାହା ସମ୍ପର୍କରେ ସୂଚନା ରହିବା ନିହାତି ଆବଶ୍ୟକ । ଏଥିପାଇଁ ସମସ୍ତ ଲୋକଙ୍କୁ ନିଜ ଅଞ୍ଚଳର ଖବର ଦେବା ପାଇଁ ଏପରି ବ୍ୟବସ୍ଥା କରିଛି ଗୁଗଲ । ନିଜ କମ୍ୟୁନିଟିରେ କୋରୋନା ସମ୍ପର୍କରେ ଅପଡେଟ୍ ଏବଂ ଏହାର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଗୁଗଲ ନ୍ୟୁଜ ଦ୍ବାରା ଲୋକମାନେ ଜାଣିପାରିବେ ।
ସଠିକ୍ ତଥ୍ୟ ମିଳିବା ଏବେ ସମସ୍ତଙ୍କ ପାଇଁ କାଠିକର ପାଠ । ବିଶେଷ କରି ଯେଉଁମାନେ ବାହାରେ ରହିଛନ୍ତି ନିଜ କମ୍ୟୁନିଟି ସମ୍ପର୍କରେ ସଠିକ୍ ଖବର ଜାଣିବାକୁ ଇଚ୍ଛୁକ ଅଛନ୍ତି । ଯେଉଁମାନେ ଫେରିବାକୁ ଚାହୁଁଥିବେ ସେମାନେ ମଧ୍ୟ ସେହି ଅଞ୍ଚଳର ଗାଇଡଲାଇନ ଜାଣିବାକୁ ଆଗ୍ରହୀ । ଏସବୁ ପାଇଁ ପ୍ରତି ଲୋକାଲ ପବ୍ଲିସରଙ୍କ ସହ ହାତ ମିଳାଇଛି ଗୁଗଲ । ସେଠାକାର ସଠିକ୍ ଏବଂ ଉପଯୁକ୍ତ ଖବର ନିଜ ଆପ୍ଲିକେସନ୍ ଦ୍ବାରା ପ୍ରଦାନ କରିବ । ଏଥିପାଇଁ କମ୍ପାନୀ ଏକ ସ୍ବତନ୍ତ୍ର କୋଭିଡ 19 ସେକସନ ଖୋଲିବ । ଏଠାରେ କୋରୋନା ସମ୍ବନ୍ଧୀୟ ତଥ୍ୟ ସହ ସ୍କୁଲ, କଲେଜ, ଅଫିସ ଖୋଲିବାର ସମୟ ମଧ୍ୟ ଜାଣିପାରିବେ ଲୋକେ ବୋଲି ନ୍ୟୁଜ ଡିରେକ୍ଟର ଡାନିଏଲ ରୋଚା ପ୍ରକାଶ କରିଛନ୍ତି ।
ସ୍ଥାନୀୟ ସ୍ବାସ୍ଥ୍ୟ ସେବା, ଏହାର ଭିତ୍ତିଭୂମି, ସ୍ବାସ୍ଥ୍ୟ ଅଧିକାରୀ, କୋଭିଡ ହସ୍ପିଟାଲ ସମ୍ପର୍କରେ ମଧ୍ୟ ଏଥିରେ ତଥ୍ୟ ରହିବ । ସେହିପରି ଉକ୍ତ ଅଞ୍ଚଳରେ ଯେଉଁ ଲୋକ ଅବା ପରିବାର ସହାୟତା ଆବଶ୍ୟକ କରୁଥିବେ ସେମାନଙ୍କ ସମ୍ବନ୍ଧରେ ମଧ୍ୟ ଏଥିରେ ସୂଚନା ପ୍ରଦାନ କରାଯିବ । ପ୍ରଥମେ ଏହାକୁ ଆମେରିକା, କାନାଡା ଏବଂ ପରେ ଅନ୍ୟାନ୍ୟ ଦେଶରେ ଲାଗୁ କରିବାର ଯୋଜନା ରଖାଯାଇଛି ବୋଲି ରୋଚା କହିଛନ୍ତି ।